Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ତାଳଚେର: ତାଳଚେର ସାରକାରଖାନା (Talcher Fertilizer Ltd) ଦ୍ୱାରା କୋଇଲା ବାଷ୍ପୀକରଣ (Coal Gasification) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ (Urea) ନିମନ୍ତେ ସ୍ୱତନ୍ତ୍ର ସବ୍ସିଡି (Subsidy) ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଦେଶରେ ରଣକୌଶଳାତ୍ମକ ଊର୍ଜ୍ଜା…
