Arnab Goswami: ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିର୍ଦ୍ଦେଶକୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ମୁମ୍ବାଇ: ଗତକାଲି ୨୦୧୮ ଆତ୍ମହତ୍ୟା ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଥିବା ବମ୍ବେ ହାଇକୋର୍ଟ (Bombay High Court) ଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରିପବ୍ଲିକ୍ ଟିଭି (Republic TV) ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭି ଆଙ୍କର୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ୪ ନଭେମ୍ବରରେ…
