ଭାରତରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୧ ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ,ସୁସ୍ଥତା ହାର ୬୫.୪୪ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ :ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୧ ହଜାର ୨୫୫ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। କୋଭିଡ-୧୯ରୁ ସୁସ୍ଥ ହୋଇ ଘରକୁ ୫୧ ହଜାର ୨୫୫ ରୋଗୀଙ୍କୁ ମିଶାଇ ଭାରତର ମୋଟ ଆରୋଗ୍ୟ ସଂଖ୍ୟା ୧୧ ଲକ୍ଷ ୪୫ ହଜାର ୬୨୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ଆରୋଗ୍ୟ ହେବା ଫଳରେ ସୁସ୍ଥତା ହାର ୬୫.୪୪ %କୁ ବୃଦ୍ଧି ପାଇଛି। ଏହା ଦର୍ଶାଉଛି ଯେ, ଅଧିକରୁ ଅଧିକ କୋଭିଡ-୧୯ ରୋଗୀ…
