Women’s T20 : ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ
ଭୁବନେଶ୍ଵର : ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍ ଭେଲୋସିଟିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ (Sushree Dibyadarshini) ପ୍ରତିନିଧିତ୍ୱ କରିବେ। ଆସନ୍ତା ମାସ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟସ୍ରେ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍ ଭେଲୋସିଟିରେ ପ୍ରତିନିଧିତ୍ୱ ପାଇଁ ଓଡ଼ିଶାର ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ଜାଗ୍ରୁତି କ୍ରିକେଟ୍ ଏକାଡେମୀରେ ଟ୍ରେନିଂ ନେଉଥିବା ସୁଶ୍ରୀ ଓଡ଼ିଶା ରାଜ୍ୟ ମହିଳା କ୍ରିକେଟ୍ ଦଳର ଜଣେ ସ୍ଥାୟୀ ସଦସ୍ୟ। ସେ…
