ବାଲେଶ୍ଵର: ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡ଼ିଶା (Odisha) ପାଇଁ ନୂଆ କଥା ନୁହେଁ। କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଚାରଗୋଛିଆର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘସୂତ୍ରୀ ଯୋଜନା ଆବଶ୍ୟକ।
ସମୁଦ୍ରକୂଳ ଅଞ୍ଚଳମାନଙ୍କରେ ହେନ୍ତାଳ ବଣ ସୃଷ୍ଟି କରିବା, ବ୍ୟାପକ ଝାଉଁ ଗଛ ଲଗାଇବା, ନଦୀବନ୍ଧ ସୁଦୃଢ଼ କରିବା, ନଦୀ ଓ ସମୁଦ୍ର କୂଳରେ ଥିବା ଗ୍ରାମ ଗୁଡ଼ିକର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କାଘର ବଣ୍ଟନକରିବା, ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ଅବ୍ୟାହତ ପାଇଁ ମାଟି ତଳେ କେବୁଲ ବିଛାଇବା, ପାନୀୟ ଜଳର ଅଭାବ ଅସୁବିଧା ବୁଝିବା ଆଦି କାର୍ଯ୍ୟକ୍ରମ କଲେ ବାତ୍ୟାର ମୁକାବିଲା କରିବା ସହଜ ସାଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ (Pratap Sarangi) ମଧ୍ୟ ଉପସ୍ଥିତ ଥିଲେ। ପରେ ଦୁଇ ମନ୍ତ୍ରୀ ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।
ସୂଚନାଯୋଗ୍ୟ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମୁଦ୍ରିକ ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗାଁ ଏବଂ ଆଖପାଖ ଅଞ୍ଚଳର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ କହିଛନ୍ତି ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଞ୍ଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା। ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଏହାର ସିଧା ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ପଡ଼ିଛି।
ସେ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାର ଚାରିଗୋଛିଆ ଅଞ୍ଚଳରେ ସମାନ୍ୟ ଜୁଆର ହେଲେ ଏଠାରେ ଲୁଣି ପାଣି ମାଡ଼ିଯାଏ। ବାତ୍ୟା ଦ୍ୱାରା ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି। ଏହାର ଅଧିକ ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବାଲେଶ୍ୱର ଜିଲ୍ଲା ସାରଥା ପଞ୍ଚାୟତର ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ବାତ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି ବୋଲି କହିଛନ୍ତି।
Also Read | Corona:ରାଜ୍ୟରେ କରୋନା ପଜିଟିଭ ହାର କମିଛି:ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
[amazon_auto_links id=”9939″]
