Home » Weather Report: ରାଜ୍ୟରେ ହେଉଛି ଶୀତ ଅନୁଭୂତ, ସୋନପୁର ସବୁଠୁ ଥଣ୍ଡା ସହର

Weather Report: ରାଜ୍ୟରେ ହେଉଛି ଶୀତ ଅନୁଭୂତ, ସୋନପୁର ସବୁଠୁ ଥଣ୍ଡା ସହର

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭୂତ ହେବା ପରିଲକ୍ଷିତ ହୋଇଛି। ଆଜି ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍‍ସିଅସ୍‍ ତଳେ ରହିଥିବା ବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍‍ ରହି ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଛି।

ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬ ଡିଗ୍ରୀ, ଅନୁଗୁଳ ୧୦.୮, ଭବାନୀପାଟଣାରେ ତାପମାତ୍ରା ୧୧ ଡିଗ୍ରୀ, କଟକରେ ୧୬.୪ ଓ ଭୁବନେଶ୍ୱରରେ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଇବ। ଏହା ସହ କିଛି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

[masterslider id=”2″]

Also Read | Corona Virus India: ଭାରତରେ ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି

Share this:

Leave a Reply

Your email address will not be published. Required fields are marked *