Home » Odisha Weather Report: ରାଜ୍ୟରେ ତାପମାତ୍ରା ବୃଦ୍ଧି, ୨ ସହରରେ ୪୦ ଡିଗ୍ରୀ ଉପରେ

Odisha Weather Report: ରାଜ୍ୟରେ ତାପମାତ୍ରା ବୃଦ୍ଧି, ୨ ସହରରେ ୪୦ ଡିଗ୍ରୀ ଉପରେ

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ବାରିପଦା (Baripada) ଏବଂ ଭୁବନେଶ୍ୱର (Bhubaneswar) ଠାରେ ରେକର୍ଡ କରାଯାଇଛି।

ସେହିପରି ଅନ୍ୟ ୫ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‍ରୁ ଊର୍ଦ୍ଧ୍ୱରେ ରେକର୍ଡ କରାଯାଇଛି। ଅନୁଗୁଳରେ ୩୯.୭ ଏବଂ କଟକରେ ୩୯.୬ ଡିଗ୍ରୀ ସେଲସିୟସ୍‍ ଦିନ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟ ସହର ଗୁଡ଼ିକର ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତାଠୁ ଊର୍ଦ୍ଧ୍ୱରେ ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରା ଏହି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

[amazon_auto_links id=”9939″]

Also Read | BJP Sankalp Patra:ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର ଜାରୀ, ସରକାରୀ ଚାକିରୀରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ

Share this:

Leave a Reply

Your email address will not be published. Required fields are marked *