ତାଳଚେର: ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ୍ ବୌଦ୍ଧ ଠାରେ ରେକର୍ଡ କରାଯାଇଛି।
ସେହିପରି ରାଜ୍ୟର ଅନ୍ୟ ସହର ବାରିପଦା ଓ ଟିଟିଲାଗଡ଼ଠାରେ ୪୨.୫ ଡିଗ୍ରୀ ସେଲସିୟସ୍ ଲେଖାଏଁ, ବଲାଙ୍ଗିରରେ ୪୨.୪ ଡିଗ୍ରୀ ସେଲିସିୟସ୍, ତାଳଚେର ଠାରେ ୪୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ବାଲେଶ୍ୱରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ, ଗଜପତି ଓ ମୟୁରଭଞ୍ଜ ଜିଲ୍ଲାରେ ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି।
[amazon_auto_links id=”10233″]
Also Read | Hanuman Jayanti: ଆଜି ହେଉଛି ହନୁମାନ ଜୟନ୍ତୀ, ବଜରଙ୍ଗୀବାଲିଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଜାଣନ୍ତୁ

