Home » Joranda Mahima Gadi: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋରନ୍ଦା ମହିମାଗାଦି ଦର୍ଶନ

Joranda Mahima Gadi: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋରନ୍ଦା ମହିମାଗାଦି ଦର୍ଶନ

Joranda Mahima Gadi
Share this:

ଯୋରନ୍ଦା: Joranda Mahima Gadi ଆଜି ଢେଙ୍କାନାଳ (Dhenkanal) ଯୋରନ୍ଦା ମହିମାଗାଦିକୁ ଦର୍ଶନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଯାଇଛନ୍ତି। ସେ କହିଛନ୍ତି, ଯୋରନ୍ଦା ହେଉଛି ମହିମା ଧର୍ମର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନ୍ୟତମ। ମହିମାଗାଦି ସମାଜରେ ଶୂନ୍ୟ ଭଗବାନଙ୍କ ପାଖରେ ବିଶ୍ୱାସ ରଖିବା ଓ ସମାଜସେବା କରିବାର ମହତ ବାର୍ତ୍ତା ପ୍ରଚାର କରି ଆସୁଛି। ପରମ ପୂଜ୍ୟ ମହିମା ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହିମାଗାଦି ପରିଦର୍ଶନ ଅବସରରେ କୌପୀନଧାରୀ ମହିମା ସମାଜ ଏବଂ ବଳ୍କଳଧାରୀ ମହିମା ସମାଜର ପୂଜ୍ୟ ସାଧୁ ସନ୍ଥ ମାନଙ୍କ ସହ ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କଋଛନ୍ତି। ଆପୋଷ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ପାଇଁ ଉଭୟ ସମାଜର ପୂଜ୍ୟ ସାଧୁ ସନ୍ଥଙ୍କୁ ସେ ନିବେଦନ କରିଛନ୍ତି।

samsung_pc

ମହିମା ସ୍ୱାମୀଙ୍କର ବାର୍ତ୍ତା, ସନ୍ଥ କବି ଭୀମ ଭୋଇଙ୍କ ପ୍ରଚାର ଯୋଗୁଁ ବିଶେଷ ଭାବରେ ଗରିବ ଶ୍ରେଣୀ, ବଞ୍ଚିତ ବର୍ଗର ଲୋକମାନେ ଏହି ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି। ମହିମା ଗୋସାଇଁ, ସନ୍ଥକବୀ ଭୀମ ଭୋଇଙ୍କର ଉକ୍ତି ବିଶ୍ୱରେ ପ୍ରଭାବ ପକାଇଛି। ମହିମାଗାଦିର (Joranda Mahima Gadi) ଅମୂଲ୍ୟ ସମ୍ପତ୍ତିକୁ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନା ଯୋଗ୍ୟ ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ କୌପୁନି ସମାଜର ସବୁ ମନ୍ଦିର ଭାଙ୍ଗିଦେଇଛି ପ୍ରଶାସନ। ଖୋଲା ଆକାଶ ତଳେ ଧୂନି ନିଆଁ ଜାଳି ରହିଛନ୍ତି ବାବା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଯାହାକୁ ନେଇ ଉତେଜନାପୁର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା।

Read Also | Padmapur Byelection : ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *