ଭୁବନେଶ୍ଵର : Odisha Weather updates ଓଡ଼ିଶାରେ ଶୀତ ଲହରୀ ପୁଣି ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ସୂଚନା ଅନୁଯାୟୀ ଆସନ୍ତାକାଲି ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସମୟ ମଧ୍ୟରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ବୌଦ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତାକାଲି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
Advertisement
ଏଥିସହିତ ଗୁରୁବାର କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡି ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ଦିନରେ ପାଗ (Odisha Weather updates) ପରିବର୍ତ୍ତନ ହେବାର ସମ୍ଭାବନା ହେବାର ସୂଚନା ରହିଛି।
Read Also | Plus 2 Exam 2023 Time Table: ମାର୍ଚ୍ଚ ୧ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ
Advertisement



