Home » ଖେଳରତ୍ନ ପୁରସ୍କାର ପାଇଁ ହିମା ଦାସ ମନୋନୀତ

ଖେଳରତ୍ନ ପୁରସ୍କାର ପାଇଁ ହିମା ଦାସ ମନୋନୀତ

File Photo
Share this:

ଦେଶର ସର୍ବୋଚ୍ଚ ସ୍ପ୍ରିଣ୍ଟର ହିମା ଦାସ, ଯିଏକି ୨୦୧୮ ରେ ଏକ ଷ୍ଟାରର ଥିଲେ, ତାଙ୍କୁ ଆସାମ ରାଜ୍ୟ ସରକାର ସମ୍ମାନଜନକ ‘ଖେଳରତ୍ନ’ ପାଇଁ ମନୋନୀତ କରିଛନ୍ତି। ଆସାମ କ୍ରୀଡ଼ା ସଚିବ ଦୁଲାଲ ଚନ୍ଦ୍ର ଦାସ ଜୁନ୍ ୫ ତାରିଖ ଦିନ କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ ପତ୍ର ପଠାଇଥିଲେ। ଆସାମର ଧିଙ୍ଗ ଗ୍ରାମର ୨୦ ବର୍ଷୀୟା ଚଳିତ ବର୍ଷ ଖେଳରତ୍ନ ପାଇଁ ସବୁଠାରୁ କନିଷ୍ଠ ପ୍ରାର୍ଥୀ ଅଟନ୍ତି।

ହିମା ୨୦୧୮ ରେ ଫିନଲଣ୍ଡ ରେ ଅନୁଷ୍ଠିତ ହୋଇଥିବା ଅଣ୍ଡର ୨୦ ରେ ଚମ୍ପିୟାନ ହୋଇଥିଲେ । ଏଥିସହିତ ଏସି ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା, ରେସଲର ଭିନେଶ ଫୋଗାଟ, ଟିଟି ଖେଳାଳି ମାନିକା ବଟ୍ରା, ମହିଳା ହକି ଅଧିନାୟକ ରାନୀ ରାମପାଲ ଏବଂ କ୍ରିକେଟର ରୋହିତ ଶର୍ମାଙ୍କ ସହ ସର୍ବୋଚ୍ଚ ଖେଳ ସମ୍ମାନ ପାଇଁ  ପ୍ରତିଦ୍ୱନ୍ଦ୍ୱିତା କରିବେ ।

ହିମା ପୂର୍ବରୁ ଅର୍ଜୁନ ପୁରସ୍କାର ୨୦୧୮ ରେ ପାଇଥିଲେ ।

Share this: