ନୂଆଦିଲ୍ଲୀ: ଅଜ୍ଞାତ ଉତ୍ସରୁ ଦେଶରେ ପହଞ୍ଚୁଥିବା ଅବାଞ୍ଛିତ ଏବଂ ରହସ୍ୟ ବିହନ ପାର୍ସଲକୁ ନେଇ କୃଷି ମନ୍ତ୍ରଣାଳୟ ଭାରତୀୟ କୃଷି ଅନୁସନ୍ଧାନ (ICAR) ଅଧୀନରେ ଥିବା ରାଜ୍ୟ ସରକାର, କୃଷି ବିଶ୍ୱବିଦ୍ୟାଳୟ, ବିହନ ସଙ୍ଗଠନ ଏବଂ ଏଜେନ୍ସିଗୁଡ଼ିକୁ ସତର୍କ କରାଇଛି। ଅଗଷ୍ଟ ୧ ରେ ଜାରି ବିଜ୍ଞପ୍ତିରେ ଆମେରିକାର କୃଷି ବିଭାଗର ଏକ ରିପୋର୍ଟକୁ ଉଲ୍ଲେଖ କରି ଏହାକୁ ଏକ “ବ୍ରଶ୍ ସ୍କାମ” ଏବଂ “କୃଷି ଚୋରା ଚାଲାଣ” ବୋଲି କହିଥିଲେ ଏବଂ ମନ୍ତ୍ରଣାଳୟ କହିଛି ଯେ ଏହା ଅନ୍ୟ ଦେଶର ଜୈବ ବିବିଧତାକୁ ନଷ୍ଟ କରିବାର ପ୍ରୟାସ ହୋଇପାରେ।
ବର୍ତ୍ତମାନ ଚୀନ୍ ଠାରୁ ବିଶ୍ୱରେ ଏକ ନୂତନ ସଙ୍କଟ ବ୍ୟାପିଥିବା ପରି ମନେ ହେଉଛି, ଯେଉଁଥି ପାଇଁ କୃଷି ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଏବଂ ଲୋକଙ୍କୁ ଚେତାବନୀ ଦେଇଛି। ବାସ୍ତବରେ, ମଞ୍ଜିରେ ଭରପୂର ରହସ୍ୟମୟ ପ୍ୟାକେଟ୍ ଗୁଡିକ ଚାଇନାରୁ ପୋଷ୍ଟ ମାଧ୍ୟମରେ ସିଧାସଳଖ ଅନେକ ଦେଶର ଲୋକଙ୍କ ଘରକୁ ଆସୁଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ୟାକେଟ୍ ଭାରତରେ ପହଞ୍ଚି ନାହିଁ। ଗତ ସପ୍ତାହରେ ଜାରି କରାଯାଇଥିବା ଚେତାବନୀରେ କୃଷି ମନ୍ତ୍ରଣାଳୟ ଫସଲ ସହ ଜଡିତ ସମସ୍ତ ଅନୁଷ୍ଠାନକୁ ସଜାଗ ରହିବାକୁ ପରାମର୍ଶ ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଆମେରିକା, କାନାଡା, ବ୍ରିଟେନ୍, ନ୍ୟୁଜିଲାଣ୍ଡ, ଜାପାନ ଏବଂ ଅନେକ ୟୁରୋପୀୟ ଦେଶର ଲୋକମାନେ ଚାଇନାରୁ ଏପରି ଅନେକ ପ୍ୟାକେଟ୍ ଗ୍ରହଣ କରିଛନ୍ତି।
From The Web
