ଦାନ୍ତେୱାଡା: ଛତିଶଗଡର ଦାନ୍ତେୱାଡା ଠାରେ ୧୬ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁସାରେ, ଗୁରୁବାର ଦିନ ଦନ୍ତୱାଡାର ଛତିଶଗଡ ପୋଲିସ ସମ୍ମୁଖରେ ତିନି ଜଣ କମାଣ୍ଡର ସ୍ତରର କର୍ମଚାରୀଙ୍କ ସମେତ ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ଦାନ୍ତେୱାଡା ପୋଲିସ୍ ଅଧୀକ୍ଷକ ଅଭିଷେକ ପଲ୍ଲଭ କହିଛନ୍ତି, ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତର ଜିଲ୍ଲାର ପଶ୍ଚିମ ଭାଗରୁ ଆସିଛନ୍ତି। ସେ କହିଛନ୍ତି, ସେମାନଙ୍କ ମଧ୍ୟରୁ ତିନିଜଣ କମାଣ୍ଡର ସ୍ତରୀୟ ନକ୍ସଲ ଅଟନ୍ତି। ଏମାନଙ୍କ ଭିତରେ ଥିବା ୩ଜଣ ନକ୍ସଲ ଅଛନ୍ତି, ଯେଉଁମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ହତ୍ୟା ଲୁଟପାଟ, ଯାନବାହାନରେ ନିଆଁ ଲଗାଇବା, ନକ୍ସଲମାନେ ରେଳ ଟ୍ରାକ୍ ଭାଙ୍ଗି ପଞ୍ଚାୟତ ଅଧିକାରୀ ତଥା ଗ୍ରାମବାସୀଙ୍କୁ ମାଡ ମାରିବା ଅପରାଧରେ ସମ୍ପୃକ୍ତ ଥିଲେ। ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦିଆଯିବ। ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା ମିଳିଛି।
