ଭୁବନେଶ୍ଵର: କରୋନା (Covid-19) ସଂକ୍ରମଣକୁ ନେଇ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ଦୀର୍ଘ ଦିନ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ସେ ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିରକୁ ଜଣାଇବାକୁ କୁହାଯାଇଛି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପତ୍ର ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କି ରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ସେନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜିଠାରୁ ବିଚାର ବିମର୍ଷ ଓ ମତାମତ ସଂଗ୍ରହ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମୁଖ୍ୟ ପ୍ରଶାସକ ବିଚାର ବିମର୍ଷ ଓ ବିଭିନ୍ନ ସେବାୟତ ନିଯୋଗ ଓ ସାଧାରଣ ଭକ୍ତଙ୍କ ଠାରୁ ମତାମତ ସଂଗ୍ରହ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here◆
