Home » Amphan Cyclone: କେନ୍ଦ୍ର ସରକାରଙ୍କ ଓଡ଼ିଶାକୁ ଅମ୍ଫନ ବାତ୍ୟା ନେଇ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା

Amphan Cyclone: କେନ୍ଦ୍ର ସରକାରଙ୍କ ଓଡ଼ିଶାକୁ ଅମ୍ଫନ ବାତ୍ୟା ନେଇ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା

amphan
Share this:

ଭୁବନେଶ୍ଵର: କେନ୍ଦ୍ର ସରକାର ଓଡ଼ିଶା (Odisha) କୁ ଅମ୍ଫନ ବାତ୍ୟା (Amphan Cyclone) ନେଇ ୧୨୮.୨୩ କୋଟିର ଅତିରିକ୍ତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।

ଓଡ଼ିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ଟି ରାଜ୍ୟକୁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର କହିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା (Amit Shah) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ ପ୍ରଦାନ କରିଛି। ପ୍ରାକୃତିକ ବି ର୍ଯ୍ୟୟରେ ପ୍ରଭାବିତ ୬ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ୪ହଜାର ୩ଶହ ୮୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି। ପ୍ରାକୃତିକ ଦୁର୍ବିପାକ ଜନିତ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଥିବା ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ମଧ୍ୟପ୍ରଦେଶ, ତାମିଲନାଡୁ ଓ ମହାରାଷ୍ଟ୍ର ଆଦି ରହିଛି।

[masterslider id=”1″]

Also Read | ମ୍ୟାଲେରିଆ ରୋଗ ସମ୍ପର୍କରେ ଏଣିକି ପୂର୍ବାନୁମାନ କରିବ ପାଣିପାଗ ବିଭାଗ

Share this:

Leave a Reply

Your email address will not be published. Required fields are marked *