Home » ବିପିୟୁଟି ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନ ରେ

ବିପିୟୁଟି ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନ ରେ

INTERNET
Share this:

ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)ର  ଅନ୍ତିମ ବର୍ଷର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରୀ ଛାତ୍ରମାନଙ୍କ ପାଇଁ ଅନଲାଇନରେ ଶେଷ ସେମିଷ୍ଟାର ପରୀକ୍ଷା କରିବ।

ସରକାରଙ୍କ ନିଷ୍ପତି ଅନୁସାରେ,ଯଦି କୌଣସି ଛାତ୍ରୀଛାତ୍ର ଅନଲାଇନ୍ ପରୀକ୍ଷା ଦେବାକୁ ବିଫଳ ହୁଅନ୍ତି, ତେବେ ସେମାନେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବଂ  ଜୁଲାଇ ୩୧  ପରେ ଅଫଲାଇନ୍ ପରୀକ୍ଷା ଦେଇପାରିବେ।

ଛାତ୍ରୀଛାତ୍ରମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିଜ ଘରେ କିମ୍ବା ନିକଟସ୍ଥ କୌଣସି ଅନୁଷ୍ଠାନରେ ଅନଲାଇନ୍ ପରୀକ୍ଷା ଦେଇପାରିବେ।  ତା’ସହିତ ଯଦି ଜଣେ ଛାତ୍ରୀଛାତ୍ରଙ୍କର ଇଣ୍ଟରନେଟର ସଠିକ୍ ବ୍ୟାଣ୍ଡୱିଡଥ୍ ସହିତ କମ୍ପ୍ୟୁଟର ଥାଏ, ତେବେ ସେ ଘରୁ ପରୀକ୍ଷା ଦେଇ ପାରିବେ।

ଜୁନ ର ପ୍ରଥମ ସପ୍ତାହ ରେ ଅଫଲାଇନ ପରୀକ୍ଷା ଦେବାକୁ  ନୋଟିସ ବାହାରିବା ପରେ ସୋସିଆଲ ମେଡିଆ ଟୁଇଟର ରେ #BPUTStopKaroNa  ରେ ବହୁ ସଂଖ୍ୟାରେ  ଛାତ୍ରୀଛାତ୍ର କରୋନା ସମୟରେ ପରୀକ୍ଷା ଦେବାକୁ ନେଇ ନିଜର ଅସନ୍ତୋଷ ମତ ବ୍ୟକ୍ତ କରିଛନ୍ତି। ସୂଚନାଥାଉକି ,ଏହି ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୫୦  ଅନୁବନ୍ଧିତ କଲେଜ ଅଛି। ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ସ୍ନାତକ  ଏବଂ ସ୍ନାତକୋତ୍ତର ଶ୍ରେଣୀର ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  

Share this: