Home » ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୦ କରୋନା ରୋଗୀଙ୍କର ମୃତ୍ୟୁ;ମୃତ୍ୟୁ ସଂଖ୍ୟା ୬୫ ହଜାରରୁ ଅଧିକ

ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୦ କରୋନା ରୋଗୀଙ୍କର ମୃତ୍ୟୁ;ମୃତ୍ୟୁ ସଂଖ୍ୟା ୬୫ ହଜାରରୁ ଅଧିକ

Share this:

ବିଶ୍ୱର ଦ୍ୱିତୀୟ ସଂକ୍ରମିତ ଦେଶ ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୦  ଜଣଙ୍କର ମୃତ୍ୟୁ ହୋଇଛି, ଯାହା ମୋଟ ମୃତ୍ୟୁ ସଂଖ୍ୟା ୬୫,୫୫୬  କୁ ବୃଦ୍ଧି ପାଇଛି। ଏଥି ସହିତ ମୋଟ ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ୨୬ ହଜାର ୭୧ ହୋଇଛି। ଏଥିସହ ୯  ଲକ୍ଷ ୭୮ ହଜାର ୬୧୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ବ୍ରାଜିଲ ପୂର୍ବରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ। ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୦ ଲକ୍ଷ ୪୧ ହଜାର ୩୫ ଅତିକ୍ରମ କରିଥିବାବେଳେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୯୮୧। ସେହିପରି ୧୩ ଲକ୍ଷ ୨୫ ହଜାର ୬୬ ଜଣ କରୋନା ଭୂତାଣୁ ରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଥିବା ଭାରତରେ ସଂକ୍ରମିତ ଙ୍କ ସଂଖ୍ୟା ୭ ଲକ୍ଷ ୧୯ ହଜାର ୬୬୫  ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୦,୧୬୦ ରେ ପହଞ୍ଚିଛି। ୪ ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇଛନ୍ତି।

Share this: