Home » Breaking News » Page 47
Lord-Hanuman

Hanuman Jayanti: ଆଜି ହେଉଛି ହନୁମାନ ଜୟନ୍ତୀ, ବଜରଙ୍ଗୀବାଲିଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଜାଣନ୍ତୁ

କଟକ: ଆଜି ଚୈତ୍ର ମାସ ପୂର୍ଣ୍ଣିମା। ହିନ୍ଦୁ ଧର୍ମ (Hindu Dharma)  ଅନୁସାରେ ଏହି ଦିନ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମାତା ଅଞ୍ଜନୀ ବଜରଙ୍ଗ ବାଲିଙ୍କୁ ଜନ୍ମ ଦେଇଥିଲେ। ହନୁମାନ ଜୟନ୍ତୀ (Hanuman Jayanti) ଅବସରରେ ବଜରଙ୍ଗ ବାଲିଙ୍କୁ ଖୁସି କରିବାକୁ ହେଲେ ତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯିବା ଉଚିତ୍। ହନୁମାନ ଭକ୍ତମାନେ ଏହି ପର୍ବକୁ ବହୁତ ବଡ଼ ଉତ୍ସବରେ ପାଳନ କରନ୍ତି। ଅନେକ ଲୋକ…

Read More
odisha-school

Odisha School Admission: ଆଜିଠାରୁ ସ୍କୁଲରେ ନାମଲେଖା ଆରମ୍ଭ, ଆସିବେ କେବଳ ଅଭିଭାବକ

ଭୁବନେଶ୍ଵର : ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା (admission) ଆଜିଠାରୁ ଆରମ୍ଭ ହୋଇଛି। ସ୍କୁଲରେ ଏପ୍ରିଲ ୨୭ରୁ ମେ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇପାରିବ। କୋଭିଡ଼ କଟକଣା ଅନୁସାରେ ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ନାମଲେଖା ସମୟରେ ଯେପରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌…

Read More
Weather Report of Odisha

Weather Report: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ଢେଙ୍କାନାଳ ସମେତ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ବଢିବ ତାତି

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍‍ ଭୁବନେଶ୍ୱର (Bhubaneswar) ଠାରେ ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏହି…

Read More
dharmendra Pradhan

Oxygen:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଅକ୍ସିଜେନ ଯୋଗାଣ ପାଇଁ ଇସ୍ପାତ କମ୍ପାନୀଗୁଡ଼ିକର ତତ୍ପରତା

ନୂଆଦିଲ୍ଲୀ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଇସ୍ପାତ ମନ୍ତ୍ରଣାଳୟ (Steel Ministry) ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଇସ୍ପାତ କ୍ଷେତ୍ରର ଅନ୍ୟ ଘରୋଇ କମ୍ପାନୀଗୁଡ଼ିକ ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (Medical Oxygen) ଯୋଗାଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ସେମାନେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ରାଷ୍ଟ୍ର ସହିତ ଛିଡ଼ା ହୋଇଛନ୍ତି ଏବଂ ଅକ୍ସିଜେନ ଯୋଗାଣ ନିମନ୍ତେ ଶ୍ରେଷ୍ଠ ଯୋଗଦାନ ଦେଉଛନ୍ତି। ଇସ୍ପାତ…

Read More
pm-modi video conference

Oxygen Plant: ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଦେଶର ପ୍ରତ୍ୟେକ ଜିଲ୍ଲାରେ ଅମ୍ଳଜାନ କାରଖାନା ହେବ ନିର୍ମାଣ

ନୂଆଦିଲ୍ଲୀ: କରୋନା ଭୂତାଣୁ (Corona Virus) ଯୋଗୁଁ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ (Oxygen) ସଙ୍କଟ ବୃଦ୍ଧି ପାଇଲା। ସମଗ୍ର ଦେଶରେ ଅମ୍ଳଜାନକୁ ନେଇ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅମ୍ଳଜାନର ପର୍ଯ୍ୟାପ୍ତ ଉପଲବ୍ଧତା ଅଭାବରୁ ରୋଗୀମାନେ ଜୀବନ ହରାଉଛନ୍ତି। ଲୋକମାନେ ସବୁଆଡେ ଅସୁବିଧାରେ ପଡ଼ୁଛନ୍ତି।  ଏଥି ସହ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ, ଦେଶର ପ୍ରତ୍ୟେକ ଜିଲ୍ଲାରେ ଆମେ ଅମ୍ଳଜାନ କାରଖାନା (Oxygen Plant) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ। ଯାହାର…

Read More
hingula mandir talcher

Hingula Mandir: ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ MCL ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର:ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର (Talcher) ଗୋପାଳପ୍ରସାଦ ସ୍ଥିତ ମା’ହିଙ୍ଗୁଳା ମନ୍ଦିର (Maa Hingula Mandir) ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (MCL) ବୋର୍ଡ ସିଏସଆର ପାଣ୍ଠିରୁ ୯ କୋଟି ୩୨ ଲକ୍ଷ ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଙ୍କୁ ଧନ୍ୟବାଦ…

Read More
Weather Report of Odisha

Weather Report Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ସୂଚନା ଅନୁସାରେ ଆଜି ଠାରୁ ଆସନ୍ତାକାଲି ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ…

Read More
bse-school

Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ

କଟକ: ଓଡ଼ିଶାରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା (Matric Examination) ବାତିଲ ହୋଇଛି। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ…

Read More
Dpradhan

Talcher ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଆତ୍ମନିର୍ଭର ଭାରତ (Atma Nirbhar Bharat) ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ (Cabinet Meeting) ରେ ତାଳଚେର ସାର କାରଖାନା (Talcher Fertilizer Ltd) ରେ କୋଲ୍‍ ଗ୍ୟାସିଫିକେସନ ମାଧ୍ୟମରେ ୟୁରିୟା Urea) ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବ୍‍ସିଡି ପଲିସିକୁ ଅନୁମୋଦନ କରାଯାଇଛି। ବୈଠକରେ ଏହା ଅନୁମୋଦନ ଲାଭ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର…

Read More
talcher fertilizer

Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ତାଳଚେର: ତାଳଚେର ସାରକାରଖାନା (Talcher Fertilizer Ltd) ଦ୍ୱାରା କୋଇଲା ବାଷ୍ପୀକରଣ (Coal Gasification) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ (Urea) ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି (Subsidy) ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଦେଶରେ ରଣକୌଶଳାତ୍ମକ ଊର୍ଜ୍ଜା…

Read More