Home » Breaking News » Page 60
rice

India-China: ୩୦ ବର୍ଷ ପରେ ଚୀନ୍ ଭାରତରୁ ଚାଉଳ କିଣିଛି, ଲଦାଖ ଉତ୍ତେଜନା ପରେ ପ୍ରଥମ କାରବାର

ନୂଆଦିଲ୍ଲୀ: ତିନି ଦଶନ୍ଧି ପରେ ଚୀନ୍ (China) ଭାରତ (India) ରୁ ଚାଉଳ କ୍ରୟ କରିଛି। ଲଦାଖ ଉତ୍ତେଜନା ପରେ ଏହା ପ୍ରଥମ ଥର ପାଇଁ ଚୀନ୍ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ଚାଉଳ ରପ୍ତାନୀକାରୀ ଦେଶ ଭାବରେ ଅଛି। ସେହିପରି ଚୀନ୍ ହେଉଛି ବିଶ୍ଵର ସବୁଠାରୁ ବଡ ଆମଦାନୀକାରୀ ଦେଶ। ଚୀନ୍ ପ୍ରତିବର୍ଷ ଭାରତରୁ ପ୍ରାୟ ୪୦ ଲକ୍ଷ ଟନ୍ ଚାଉଳ କ୍ରୟ କରିଥାଏ। କିନ୍ତୁ ଗତ କିଛି ବର୍ଷ…

Read More
child-marriage

Dhenkanal: ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ପାଇଲଟ୍‍ ପ୍ରୋଜେକ୍ଟ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ‘ମହିଳା ଓ ବାଳିକା ସହାୟକ ପଞ୍ଚାୟତ ପ୍ରକଳ୍ପ’ ଆରମ୍ଭ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ମହିଳା ଫ୍ରେଣ୍ଡଲି ପାଇଲଟ୍‍ ପ୍ରକଳ୍ପ (Pilot Project) ରେ ୪ଟି ବ୍ଲକ  ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗକୁ ସାମିଲ କରାଯାଇଛି। ପରେ କଙ୍କଡାହାଡ ବ୍ଲକକୁ ଯୋଡ଼ିବାକୁ କୁହାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମହିଳାଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ…

Read More
accident uttarpradesh

କାର ଉପରେ ଟ୍ରକ୍ ଓଲଟି ୮ଜଣ ବରଯାତ୍ରୀ ମୃତ; ତିନି ପରିବାରର ୬ ଜଣ ମହିଳା ପ୍ରାଣ ହରାଇଛନ୍ତି

କୁଶମ୍ବୀ: ବୁଧବାର ସକାଳେ ଉତ୍ତରପ୍ରଦେଶର କୁଶମ୍ବୀ (Kaushambi) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାହାଘରରୁ ଫେରୁଥିବା କାର ଉପରକୁ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ କାର ଡ୍ରାଇଭର ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ପରିବାରର ୬ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। କାରରେ ୧୦ ଜଣ ଯାତ୍ରୀ ଥିଲେ। ଦୁଇ ଜଣ କାରରୁ ଡେଇଁପଡି ସେମାନଙ୍କ ଜୀବନ ରକ୍ଷା କରିଥିଲେ। ସେ ଆହତ…

Read More
helpline

Help Lines: ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

ଭୁବନେଶ୍ଵର: ରାଜ୍ୟରେ ପୁଲିସ୍‍ (Police) ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨ରଖାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଅନୁମୋଦନ କରିଛନ୍ତି। ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍‍ ବିଭାଗରେ ୧୦୯୮କୁ ମଧ୍ୟ ଅନୁମୋଦନ କରିଛନ୍ତି। ପୁଲିସ୍‍, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀ ସେବାପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ…

Read More

India VS Australia 3rd ODI: ଟିମ୍ ଇଣ୍ଡିଆ ୧୩ ରନରେ ତୃତୀୟ ODI ଜିତିଲା; ବିଦେଶ ଗ୍ରାଉଣ୍ଡରେ ଲଗାତାର ୭ ପରାଜୟ ପରେ ପ୍ରଥମ ବିଜୟ

କାନବେରା: ଭାରତୀୟ ଦଳ (Team India) ଅଷ୍ଟ୍ରେଲିଆରେ ୧୩ ରନ୍ ରେ ଅଷ୍ଟ୍ରେଲିଆ (Australia) କୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ବିଦେଶ ଗ୍ରାଉଣ୍ଡରେ ୭ ଥର ପରାଜୟ ପରେ ଏହା ହେଉଛି ପ୍ରଥମ ବିଜୟ। ଚଳିତ ବର୍ଷ ଫେବୃଆରୀରେ ନ୍ୟୁଜିଲ୍ୟାଣ୍ଡ ନିଜ ଘରୋଇ ସିରିଜରେ ୩ ଟି ODI ଏବଂ ୨ ଟେଷ୍ଟରେ ଭାରତକୁ ହରାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ସାମ୍ପ୍ରତିକ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ମଧ୍ୟ ସେମାନେ ପରାସ୍ତ ହୋଇଥିଲେ। ଏହା…

Read More

Farmer’s Protest: ପଞ୍ଜାବ କୃଷକ ଆନ୍ଦୋଳନକୁ ପ୍ରବାସୀ ପଞ୍ଜାବୀଙ୍କ ସମର୍ଥନ

ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ପଞ୍ଜାବୀ କୃଷକ ଆନ୍ଦୋଳନକୁ ସମର୍ଥନ କରି ସୋସିଆଲ ମିଡିଆରେ ସକ୍ରିୟ ନୂଆଦିଲ୍ଲୀ: କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ (Farmers Protest) ବିଶ୍ୱବ୍ୟାପୀ ସମର୍ଥନ ପାଇବାରେ ଲାଗିଛି। ବିଶେଷକରି କାନାଡା (Canada), ଆମେରିକା (America), ଅଷ୍ଟ୍ରେଲିଆ (Australia), ଇଂଲଣ୍ଡ (England) ଏବଂ ଅନ୍ୟାନ୍ୟ ଦେଶରେ ପଞ୍ଜାବୀମାନେ ସୋସିଆଲ ମିଡିଆ (Social Media) ରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏହି ଦେଶଗୁଡିକର ଆନ୍ଦୋଳନକୁ ସମର୍ଥନ କରି…

Read More
farmer meeting

Farmer’s Meeting: କୃଷକ ପ୍ରତିନିଧି ଏବଂ ଉଚ୍ଚକ୍ଷମତାପନ୍ନ ମନ୍ତ୍ରୀମାନଙ୍କର ବୈଠକ ନୂଆଦିଲ୍ଲୀଠାରେ ଚାଲିଛ

ନୂଆଦିଲ୍ଲୀ: କୃଷକ ପ୍ରତିନିଧି ଏବଂ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ କମିଟିର ବୈଠକ ନୂଆଦିଲ୍ଲୀ (New Delhi) ଠାରେ ଚାଲିଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର (Narendra Singh Tomar), ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ (Piyush Goyal) ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ (Som Parkash) କୃଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ଆଲୋଚନା ଲାଗି କୃଷକ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ବରିଷ୍ଠ ବିଜେପି ନେତାମାନଙ୍କର ବୈଠକ ପରେ କୃଷକ ଆନ୍ଦୋଳନର ଅନ୍ତ ଘଟାଇବା…

Read More
lac glacier

India China Border: ଚୀନ୍ ସୈନିକ ଲଦାଖର ଶୀତରେ ହତସନ୍ତ; କିନ୍ତୁ ଭାରତୀୟ ସୈନିକ ଶୀତ ପାଇଁ ପ୍ରସ୍ତୁତ

ଲଦାଖ: ପୂର୍ବ ଲଦାଖ (Ladakh) ସେକ୍ଟରରେ ପ୍ରବଳ ଥଣ୍ଡା ପିପୁଲ୍ସ ଲିବରେସନ୍ ଆର୍ମି (PLA) କୁ ରୋଟେଶନ ନୀତି (Rotation Rule) ଆପଣାଇବାକୁ ବାଧ୍ୟ କରିଛି। ଚୀନ୍ ସୈନିକମାନ ଲଦାଖର ଶୀତରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଚୀନ୍ (China) ପ୍ରତିଦିନ ନିଜର ସୈନିକମାନଙ୍କୁ ଅଗ୍ରଭାଗରେ ପରିବର୍ତ୍ତନ କରୁଛି। ଏଥି ସହିତ, ଭାରତୀୟ ସୈନିକମାନେ ସମାନ ସ୍ଥାନରେ ଲମ୍ବା ସମୟ ରହିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନ୍ୟୁଜ୍ ଏଜେନ୍ସି ସରକାରୀ ସୂତ୍ରରୁ ପ୍ରକାଶ ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍…

Read More
elephants

Watch: ରାଜ୍ୟରେ ୩ ହାତୀ ମୃତ୍ୟୁ, ହିନ୍ଦୋଳରେ ହାତୀ ଓ ବାର୍‌ହାର ମୃତ୍ୟୁ

ଢେଙ୍କାନାଳ: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଢେଙ୍କାନାଳ (Dhenkanal) ଜିଲ୍ଲା ହିନ୍ଦୋଳ (Hindol) ବନାଞ୍ଚଳର କଡଲା (Kadala) ଗ୍ରାମରେ ଏ ଘଟଣା  ଘଟିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତଦେହକୁ ଠାବ କରିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଓ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରିଛି ବନ ବିଭାଗ। ସୂଚନାଅନୁସାରେ ମୃତ ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ…

Read More
sambitpatra

Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୟାଗଡ (Nayagargh) ପରୀ ହତ୍ୟା ମାମଲା (Pari Murder Case) କୁ ନେଇ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ଆଜି ଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା କମିସନ (National Commission for Protection of Child Rights) ଙ୍କୁ  ସାକ୍ଷାତ୍‍ କରିଛନ୍ତି। ଶ୍ରୀ ପାତ୍ର କମିସନଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ…

Read More
india-traffics

New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highways -MoRTH) ସଡକ ପରିବହନରେ ନିୟମରେ କିଛି ପରିବର୍ତ୍ତନ ଏବଂ ପ୍ରସ୍ତାବ ଘୋଷଣା କରିଛି। ଯାହା ବିଷୟରେ ଆପଣ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। MoRTH କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଏକ ଯାନର ମାଲିକ ପଞ୍ଜୀକରଣ ପ୍ରମାଣପତ୍ର (Nominee) ରେ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ହେବ। ଗାଡିର…

Read More