Weather Report: ରାଜ୍ୟରେ ଘନ କୁହୁଡି ଜାରି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୂବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବିଶେଷ ଅନୁଭୂତ ହେଉନଥିଲେ ମଧ୍ୟ କେତେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଖୋର୍ଦ୍ଧା, ନୟାଗଡ଼, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…
