Home » ଓଡ଼ିଶା » Page 32
covid help center

Covid:ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର

ଭୁବନେଶ୍ଵର:ଭାରତୀୟ ନୌସେନା (Indian Navy) ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ (Covid-19) ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା (INS Chilika), ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଏସ.କେ ମହାନ୍ତି ଉଦ୍ଘାଟନ କରିଛନ୍ତି। INHS Nivarini, ନୌସେନା ହସ୍ପିଟାଲରେ ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ ୧୫ ଶଯ୍ୟା ସହିତ ୧୫୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ…

Read More
bse-school

Matric Result: ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଜାରି, ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ରେଜଲ୍ଟ

କଟକ: ଶେଷରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ଵାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ (Matric Result Evaluation) ପଦ୍ଧତି ଚୂଡ଼ାନ୍ତ ହୋଇଛି। ମାଟ୍ରିକ୍‌ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡର ଅନୁମୋଦନ ମିଳିଛି। ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି। Related Post | Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ…

Read More
Toothbrush

Corona: କରୋନାରୁ ସୁସ୍ଥ ହେବା ପରେ ଟୁଥ୍ ବ୍ରଶ୍ କ’ଣ ପରିବର୍ତ୍ତନ କରିବାକୁ ପଡିବ? ବିଶେଷଜ୍ଞ କୁହନ୍ତି…

ଭୁବନେଶ୍ଵର: ଭାରତ (India) ରେ କରୋନା ଭାଇରସ୍ (Corona Virus) ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଛି। ସାରା ଦେଶରେ ଏହି ରୋଗର ସଙ୍କ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏଥି ସହିତ, ଏହା ସ୍ପଷ୍ଟ ଯେ କରୋନାରୁ ସୁସ୍ଥ ହେବା ପରେ ଜଣେ ବ୍ୟକ୍ତି ପୁନର୍ବାର ସଂକ୍ରମିତ ହୋଇପାରେ। କରୋନା ଟିକା ଫଳପ୍ରଦ ପ୍ରମାଣିତ ହେଉଛି, କିନ୍ତୁ ବିଶେଷଜ୍ଞମାନେ ସହମତ ଅଟନ୍ତି ଯେ ସବୁ ପରିସ୍ଥିତିରେ ଶତ ପ୍ରତିଶତ ନିରାପତ୍ତା ନିଶ୍ଚିତ ହୋଇପାରିବ ନାହିଁ।…

Read More
monsoon-odisha

Monsoon:ଏବର୍ଷ ଜୁନ୍ ୧ରେ କେରଳ ଉପକୂଳରେ ପହଞ୍ଚିବ ମୌସୁମୀ, ଓଡ଼ିଶାରେ ପ୍ରବଳ ବର୍ଷା, ଚାଷ ପାଇଁ ଖୁସି ଖବର

ଭୂବନେଶ୍ଵର: ଦେଶରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ସଂକ୍ରମଣ (Corona Pandemic) ର ଖରାପ ଖବର ମଧ୍ୟରେ ପାଣିପାଗ ବିଭାଗ (Meteorological Department) ଏକ ଭଲ ଖବର ଦେଇଛି। ପାଣିପାଗ ବିଭାଗ କହିଛି ଯେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଜୁନ୍ ୧ରେ  କେରଳରେ ପ୍ରବଳ ବର୍ଷା ହେବ ଏବଂ ଦେଶର ଅନେକ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ନିର୍ଦ୍ଧାରିତ ସମୟରୁ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ ଏବଂ ଏହା କୃଷକମାନଙ୍କ…

Read More
ration-mahimalive

Lockdown ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ, କଳାବଜାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ: ଖାଉଟି କଲ୍ୟାଣ ମନ୍ତ୍ରୀ

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଲକ୍‍ଡାଉନ୍‍ (Lockdown) ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଉଟି ସାମଗ୍ରୀର କଳାବଜାରକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଲକ୍‍ଡାଉନ୍‍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ୍‍ ମହଜୁଦ୍‍ ଓ କଳାବଜାର ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ…

Read More
Weather Report of Odisha

Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ,୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳୀ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ…

Read More
odisha-school

Odisha School: ୨୦ରୁ କମ୍‍ ପିଲା ପଢ଼ୁଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇପାରିବ ନାହିଁ: ହାଇକୋର୍ଟ

କଟକ: ରାଜ୍ୟରେ ୨୦ରୁ କମ୍‍ ପିଲା ପାଠ ପଢ଼ୁଥିବା ବିଦ୍ୟାଳୟ (School) କୁ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏନେଇ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସେହି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଛୋଟ ଛୋଟ ପିଲାମାନେ ଦୂର ସ୍କୁଲ୍‍କୁ ଯାଇ ପାଠ ପଢ଼ିବା ବେଆଇନ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି…

Read More
Weather Report of Odisha

Weather Report Odisha: ଆସନ୍ତା ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା,୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର:ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ବର୍ଷା କାରଣରୁ କେତେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ପୁରୀ, ଖୋର୍ଦ୍ଧା,…

Read More
school reopns

Corona କାଳରେ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ଫି ନେଇ ପାରିବେ ନାହିଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା (Corona) କାଳରେ ବେସରକାରୀ ବିଦ୍ୟାଳୟ (Private School) ଗୁଡ଼ିକର  ଫି (Fee) ସମ୍ପର୍କରେ ସୁପ୍ରିମକୋର୍ଟ (Supreme Court ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ୨୦୨୦-୨୧ ଅଧିବେଶନ ପାଇଁ ବାର୍ଷିକ ଫି ଆଦାୟ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ରାଜ୍ୟ ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକ ଫି ଧାର୍ଯ୍ୟ କରିପାରିବେ। ତେବେ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଦ୍ୟାଳୟଗୁଡ଼ିକ…

Read More
5g corona

5G ପରୀକ୍ଷଣ ହେତୁ ଦେଶରେ କରୋନା ବଢୁଛି କି? WHO ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ଭାଇରସ୍ (Corona Virus) ବିଷୟରେ ସୋସିଆଲ ମିଡିଆ (Social Media) ରେ ଦାବି କରାଯାଉଛି ଯେ ମହାମାରୀ 5G ଟେକ୍ନୋଲୋଜିର ପରୀକ୍ଷଣର ଫଳାଫଳ ବ୍ୟତୀତ ଆଉ କିଛି ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ କିଛି ପୋଷ୍ଟ କରାଯାଉଛି।  WhatsApp ରେ ଏହି ବାର୍ତ୍ତା ଭାଇରାଲ ହେବା ପରେ ଲୋକମାନେ ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି କି 5G କାରଣରୁ କରୋନା ଦେଶରେ ହଇଚଇ ସୃଷ୍ଟି କରୁଛି କି? ଏହି ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

Read More
10th-12th-exam

Examination:ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥଗିତ

ଦିଲ୍ଲୀ: କୋଭିଡ-୧୯ (Covid-19) ର ଦ୍ଵିତୀୟ ଲହରୀ କାରଣରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ 2021 ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା (Offline Examination) କୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଛି। ତେବେ ଅନଲାଇନ…

Read More