Home » Matric Result: ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଜାରି, ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ରେଜଲ୍ଟ

Matric Result: ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଜାରି, ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ରେଜଲ୍ଟ

bse-school
Share this:

କଟକ: ଶେଷରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ଵାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ (Matric Result Evaluation) ପଦ୍ଧତି ଚୂଡ଼ାନ୍ତ ହୋଇଛି। ମାଟ୍ରିକ୍‌ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡର ଅନୁମୋଦନ ମିଳିଛି। ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି।

Related Post | Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ

 ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏଥର ବାତିଲ କରାଯାଇଥିବା ଦଶମ ତଥା ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନବମ ଓ ଦଶମ ଶ୍ରେଣୀର ନମ୍ବର ଆଧାରରେ ହେବ। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ବିଚାରକୁ ନିଆଯିବ। ନବମ ଶ୍ରେଣୀର ୪୦% ଏବଂ ଦଶମ ଶ୍ରେଣୀର ୬୦% ନମ୍ବରକୁ ଗୁରୁତ୍ଵ ଦିଆଯିବ। ଦଶମ ଶ୍ରେଣୀରେ କୌଣସି ପରୀକ୍ଷା ହୋଇନଥିଲେ ନବମ ଶ୍ରେଣୀର ନମ୍ବର ବିଚାରକୁ ନିଆଯିବ। ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମ ଶ୍ରେଣୀର ୭୦% ନମ୍ବରକୁ ପ୍ରାଧାନ୍ୟ ଦିଆଯିବ। ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରସ୍ତୁତ ପାଇଁ ୨ହଜାର ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପ୍‌ଲୋଡ୍‌ କରିବେ। ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପ୍‌ଲୋଡ୍‌ କରାଯିବ। ମେ ୨୪ରୁ ୩୧ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ବୋର୍ଡ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରିବେ। ମେ ମାସ ଶେଷ ସୁଦ୍ଧା ଏସବୁ ପ୍ରକ୍ରିୟା ଶେଷ ହେବ।

ସେହିପରି କୋଭିଡ୍‌ ସ୍ଥିତି ସୁଧୁରିବା ପରେ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ।

Also Read | Corona:ବିଶ୍ୱକୁ ଅପିଲ,ଭାରତକୁ ସାହାଯ୍ୟ କର,ଯଦି ସେ ଅସୁବିଧାରେ ପଡ଼େ ତେବେ ବିଶ୍ୱ ଅସୁବିଧାରେ ପଡ଼ିବ:ଆମେରିକା କୂଟନୀତିଜ୍ଞ

laptop
Share this:

Leave a Reply

Your email address will not be published. Required fields are marked *