Home » ଓଡ଼ିଶା » Page 77

ଘରୋଇ ଚିକିତ୍ସକଙ୍କ ପାଇଁ ଗାଇଡଲାଇନ୍

ଡାକ୍ତର ମାନେ ଅଧିକ କରୋନାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଙ୍କ ପାଇଁ ଗାଇଡ଼ ଲାଇନ ଯାରିକରିଛନ୍ତି। ବିଶେଷକରି ଯେଉଁ ଡାକ୍ତର ମାନେ କ୍ଲିନିକୁ ଯାଇ ରୋଗୀ ଦେଖୁଛନ୍ତି ସେମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁସାରେ ,ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ। ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚ ପରେ ବିଶୋଧନ କରାଯିବ। ଜ୍ଵର ରୋଗୀଙ୍କ…

Read More

ପୋଲିସକୁ ଫିଟ ଚିନ୍ତା,ଇନକ୍ରିମେଣ୍ଟ ହୋଇପାରେ ବନ୍ଦ

ଭୁବନେଶ୍ଵର : ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିସନରେଟ୍ ପୁଲିସ ଫିଟନେସକୁ ଗୁରୁତ୍ୱ ଦେଇଛି। ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି…

Read More

କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା

ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ନିକଟତମ ଆତ୍ମୀୟଙ୍କୁ ମାସିକ ସହାୟତା ମିଳିବ। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ…

Read More

ରାଜ୍ୟ ରେ ସୁସ୍ଥ ହେଲେ ୪୫୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦

ରାଜ୍ୟରେ ଆଜି  ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୨୦ ଜଣ , ସୁନ୍ଦରଗଡ଼ ରୁ ୪୧ ଜଣ, ନବରଙ୍ଗପୁର ରୁ ୩୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ, ବଲାଙ୍ଗୀରି ରୁ…

Read More

ଏଣିକି ରାଜ୍ୟରେ ଦୈନିକ ୧୦ ହଜାର କୋଭିଡ଼-୧୯ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତ ଙ୍କ ସଂଖ୍ୟା କୁ ଦେଖି ରାଜ୍ୟ ସରକାର ରାଜ୍ୟରେ  କରୋନା ଟେଷ୍ଟିଂ ସଂଖ୍ୟା ବଢେଇ ଦେଇଛନ୍ତି। ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। ସେଥିମଧ୍ୟରୁ RT-PCR ରେ  ୭ହଜାର ଓ ୩ହଜାର ଆଣ୍ଟିଜେନ୍ ଟେଷ୍ଟ ହେବ। ଭୁବନେଶ୍ଵରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ର ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା ଅନୁସାରେ  ନିକଟରେ ପୁଣି ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତଙ୍କ ପାଇଁ ଆଗାମୀ ୧୪…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

ରାଜ୍ୟରେ ଆଜି  ୭୧୮  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୭୯  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୩୯  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୪  ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ  ଜିଲାରେ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ଆଜିଠାରୁ ୪ ଜିଲ୍ଲା ଓ ରାଉରକେଲା ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ଲକଡାଉନ ରୁ ବାଦ

ଭୁବନେଶ୍ୱର: କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ରେ  ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ  ଲକଡାଉନ୍ ‌ରଖାଯିବ। ସେହିପରି  ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ରାଉରକେଲା…

Read More

ଆଜି ଅନୁଗୋଳ ରୁ ୪ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ୧୫୮

ଅନୁଗୋଳ : ଆଜି ଜିଲ୍ଲାରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୪ ପଜିଟିଭଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ୬୫ ବର୍ଷୀୟ ପୁରୁଷ,ଜଣେ ୪୫ ବର୍ଷୀୟ ମହିଳା ଓ ଜଣେ ୩ ବର୍ଷର ବାଳକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୪…

Read More

ଦଶ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

କୋଭିଡ଼-୧୯ ପରୀକ୍ଷା ପାଇଁ ପ୍ରତି କିଟ୍ ପାଇଁ ସର୍ବାଧିକ ଦର ୪୫୦ ଟଙ୍କା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ଉଦ୍ୟମ ବଳରେ ୧୫ ଜୁଲାଇ ୨୦୨୦ରେ ଓଡ଼ିଶାର ୧୦ ହଜାର ରୁ ଉର୍ଦ୍ଧ  କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ କୋଭିଡ୍ କେୟାର ହୋଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ ପ୍ରତିଷ୍ଠା,…

Read More

ରାଜ୍ୟ ରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ରାଜ୍ୟରେ ଆଜି  ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ରୁ ୯୮ ଜଣ, ଗଞ୍ଜାମ ଜିଲ୍ଲା ରୁ ୮୪  ଜଣ , ସୁନ୍ଦରଗଡ଼ ରୁ ୪୬ ଜଣ, ଗଜପତି ରୁ ୩୬,ଝାରସୁଗୁଡା ଜିଲ୍ଲାରୁ ୩୦ ଜଣ,…

Read More

୩୬ ଜଣ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ

ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ସୁସଂଗଠିତ କରିବା ନିମନ୍ତେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୩୬ ଜଣ ସକ୍ରିୟ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଦଳ ସୁଦୃଢ ହେବା ସହ ସରକାରୀ ସୁବିଧା ସୁଯୋଗ ଲୋକମାନଙ୍କ ନିକଟରେ ସହଜରେ ପହଁଚି ପାରିବ । ବିଜେଡି ଦଳରେ ମୋଟ ୩୬ଜଣଙ୍କୁ ସାଧାରଣ ସମ୍ପାଦକ ପଦ ସହ ଦଳର ବିଭିନ୍ନ କ୍ଷେତ୍ର…

Read More