mtimes odia
Home » ଓଡ଼ିଶା » Page 91

ଅନୁଗୋଳ ଜିଲ୍ଲାରେ ଏ ବର୍ଷ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ : ଜିଲ୍ଲା ପ୍ରଶାସନ

ମହାମାରୀ କରୋନା (କୋଭିଡ଼ -୧୯ ) ସଂକ୍ରମଣ ଯୋଗୁଁ ଜନସାଧାରଣ ଙ୍କ  ଜୀବନ ସୁରକ୍ଷା ତଥା ମାନ୍ୟବର ସୁପ୍ରିମକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ   ଅନୁପାଳନ ଆଧାରରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରଥଯାତ୍ରା କୁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ଜିଲା ପ୍ରଶାସନ  ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  

Read More

ଆଜି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭

ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସଂକ୍ରମିତ ଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

Read More
ratha yatra 2022

ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ଯଦି ଆମେ ଚଳିତ ବର୍ଷ ରଥ ଯାତ୍ରା ଅନୁମତି ଦେବୁ : କୋଭିଡ଼-୧୯ ମହାମାରୀ ହେତୁ ସୁପ୍ରିମକୋର୍ଟ

ମାନ୍ୟବର ସୁପ୍ରିମକୋର୍ଟ ୧୮  ଜୁନ୍ ରେ ଓଡ଼ିଶାର ପୁରୀର ଜଗନ୍ନାଥ ମନ୍ଦିରର ଐତିହାସିକ ରଥ ଯାତ୍ରା ସ୍ଥଗିତ ରଖିଛନ୍ତି ଯାହା ୨୩ ଜୁନ୍ ରୁ ଆରମ୍ଭ ହେବ। କୋଭିଡ଼-୧୯ ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରାଯିବ। ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।…

Read More

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା : ପରବର୍ତ୍ତୀ କିସ୍ତି ପୂର୍ବରୁ ସରକାର କୃଷକମାନଙ୍କୁ ବାର୍ତ୍ତା

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ମାଧ୍ୟମରେ କୃଷକମାନଙ୍କୁ ଏହି ରାଶି ପଠାନ୍ତି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ ।  କରୋନା ଭୂତାଣୁ ମହାମାରୀର ଏହି  ସମୟରେ ଚାଷୀଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବାକୁ ସରକାର ଚଳିତ ଆର୍ଥିକ ବର୍ଷର…

Read More

ବାଲେଶ୍ଵର ବିଜେପି ବିଧାୟକ ଙ୍କ ପରଲୋକ

ବିଜେପି ର ଟାଣୁଆ  ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ  ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଗତ  ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ବିଜେପି ଟିକଟରେ ନିର୍ବାଚିତ ହୋଇଥିଲେ। ଜଣେ ଲୋକପ୍ରିୟ ଓ ତୃଣମୂଳ ସ୍ତରର ନେତା ଭାବେ ବାଲେଶ୍ୱର ରେ…

Read More

Covid19 : ସର୍ବବ୍ୟାପୀ ମହାମାରୀ ସମୟରେ ରକ୍ତଦାନ କରିବା ନିରାପଦ କି ?

ବିଶ୍ଵ ରେ ଥିବା ଡାକ୍ତରଖାନାଗୁଡ଼ିକ କରୋନାଭାଇରସ୍ ମହାମାରୀ ବିରୁଦ୍ଧରେ ଲଢେଇ କରୁଛନ୍ତି , ସାରା ଦେଶରେ ହଜାର ହଜାର ଲୋକଙ୍କୁ ଅନ୍ୟ ଅବସ୍ଥା ପାଇଁ ଚିକିତ୍ସା ଆବଶ୍ୟକ ହେବ, ଅନେକଙ୍କୁ ରକ୍ତଦାନ ଆବଶ୍ୟକ । ଗର୍ଭାବସ୍ଥାରେ ଜଟିଳତା ଭୋଗୁଥିବା ମହିଳା, ରକ୍ତହୀନତା ଥିବା ପିଲା ଏବଂ ଗୁରୁତର ଦୁର୍ଘଟଣାରେ ଜଡିତ ବ୍ୟକ୍ତିମାନେ କେବଳ ଜୀବନ ରକ୍ଷାକାରୀ ରକ୍ତଦାନରୁ ଉପକୃତ ହୋଇପାରିବେ । କିନ୍ତୁ କରୋନାଭାଇରସ୍ ଲକଡାଉନ୍ ସମୟରେ ଆପଣ ରକ୍ତ ଦାନ ଜାରି ରଖିବା ଉଚିତ୍, ଏହା…

Read More

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲ୍‌ଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର କହିଥିଲେ। ଷାଠିଏ ବର୍ଷ ବୟସ୍କ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଈ ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲା। ଯାହା  ଦେଶରେ ଚର୍ଚିତ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ…

Read More

ରାଜ୍ୟରେ ପୁଣି ୧୪୬ କରୋନା ପଜିଟିଭ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର

ସୋମବାର ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର କରିଥିବା  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୧୫ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ସର୍ବାଧିକ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି…

Read More

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ; ରଜ ପର୍ବ ପାଳନରେ କଟକଣା ଜାରିକଲା ଅନଗୁଳ ଜିଲ୍ଲା ପ୍ରଶାସନ

ସଂପ୍ରତି, ମହାମାରି କରୋନା ରାଜ୍ୟରେ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଓଡ଼ିଶାର ଗଣପର୍ବ ରଜ ପାଳନ ଉପରେ ଆଜି ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ କିଛି କଟକଣା ଜାରି କରାଯାଇଛି । ପାରମ୍ପାରିକ ଭାବେ ପାଳନ ହୋଇଆସୁଥିବା ଏହି ରଜ ପର୍ବରେ ସାମଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଉଛି । ଚଳିତ ମାସ 14ରୁ 16 ତାରିଖ ମଧ୍ୟରେ ପାଳନ ହେଉଥିବା ଏହି ପର୍ବ ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର…

Read More

ରାଜ୍ୟରେ ଆଜି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟ ରେ ପୁଣି  ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ସର୍ବାଧିକ୯୨ ଜଣ ଆକ୍ରାନ୍ତ କଟକ ରେ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମ ରେ ୨୦ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ରେ ୨ ଜଣ,କେନ୍ଦ୍ରାପଡ଼ା ରେ ୪ ଜଣ,ଭଦ୍ରକ ରେ ୫ ଜଣ, ପୁରୀ ରେ ୧୫ ଜଣ,ଜଗତସିଂହପୁର ରେ ୧୩ ଜଣ,ବଲାଙ୍ଗିର…

Read More