Home » ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ଯଦି ଆମେ ଚଳିତ ବର୍ଷ ରଥ ଯାତ୍ରା ଅନୁମତି ଦେବୁ : କୋଭିଡ଼-୧୯ ମହାମାରୀ ହେତୁ ସୁପ୍ରିମକୋର୍ଟ

ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ଯଦି ଆମେ ଚଳିତ ବର୍ଷ ରଥ ଯାତ୍ରା ଅନୁମତି ଦେବୁ : କୋଭିଡ଼-୧୯ ମହାମାରୀ ହେତୁ ସୁପ୍ରିମକୋର୍ଟ

ratha yatra 2022 file photo
Share this:

ମାନ୍ୟବର ସୁପ୍ରିମକୋର୍ଟ ୧୮  ଜୁନ୍ ରେ ଓଡ଼ିଶାର ପୁରୀର ଜଗନ୍ନାଥ ମନ୍ଦିରର ଐତିହାସିକ ରଥ ଯାତ୍ରା ସ୍ଥଗିତ ରଖିଛନ୍ତି ଯାହା ୨୩ ଜୁନ୍ ରୁ ଆରମ୍ଭ ହେବ। କୋଭିଡ଼-୧୯ ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରାଯିବ। ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀ କ୍ୟାବିନେଟ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ। ଆଇନ ମନ୍ତ୍ରୀ ପ୍ରତାପ ଜେନା ରଥଯାତ୍ରା ସଂକ୍ରାନ୍ତରେ ଏକ ସଙ୍କଳ୍ପ ଆଗତ କରିଥିବାବେଳେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ। ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଯାଇଛି। ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦେଶ ଦିଆଯାଇଛି।

ମାନ୍ୟବର ସୁପ୍ରିମକୋର୍ଟ  ଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଗଜପତି ମହାରାଜା କହିଛନ୍ତି ।

Share this: