Home » CBSE Exam 2021: ଦ୍ଵାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା, ବିଦ୍ୟାଳୟଗୁଡ଼ିକ ପାଇଁ ନୂତନ SOP ଜାରି

CBSE Exam 2021: ଦ୍ଵାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା, ବିଦ୍ୟାଳୟଗୁଡ଼ିକ ପାଇଁ ନୂତନ SOP ଜାରି

CBSE
Share this:

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା (Practical Exam) ପାଇଁ ତାରିଖ ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧ ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ସମ୍ଭାବ୍ୟ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।

ବୋର୍ଡ ସ୍ପଷ୍ଟ ଭାବରେ କହିଛି ଯେ ଏଗୁଡ଼ିକ ସମ୍ଭାବ୍ୟ ତାରିଖ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରକୃତ ତାରିଖ ଶୀଘ୍ର ଘୋଷଣା କରାଯିବ। ବୋର୍ଡ ସଚିବ ଅନୁରାଗ ତ୍ରିପାଠୀ ଘୋଷଣା କରିଛନ୍ତି ଯେ ବୋର୍ଡ ପରୀକ୍ଷା ନିଶ୍ଚିତ ହେବ।

ନୂତନ ଶିକ୍ଷା ନୀତି (NEP) ଉପରେ ଏକ ୱେବିନିନର୍ ସମୟରେ ଭାଷଣ ଦେଇ ତ୍ରିପାଠୀ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କହିଥିଲେ ଯେ ବୋର୍ଡ ପରୀକ୍ଷା ନିଶ୍ଚିତ ହେବ। ସେ କହିଛନ୍ତି ଯେ ସିବିଏସ୍ଇ ଯୋଜନା ପ୍ରସ୍ତୁତ କରୁଛି ଏବଂ ଏହା କିପରି ପରୀକ୍ଷା ମୂଲ୍ୟାଙ୍କନ କରିବ ତାହା ଖୁବ୍ ଶୀଘ୍ର ପ୍ରକାଶ କରିବ।

ଏହି ସମୟରେ, ପ୍ରାକ୍ଟିକାଲ୍ ପରୀକ୍ଷା କରିବା ପାଇଁ ବୋର୍ଡ ଏକ SOP ମଧ୍ୟ ଜାରି କରିଛି।

◈ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ତାରିଖ ପଠାଯିବ।

◈ ପ୍ରାକ୍ଟିକାଲ୍ ପରୀକ୍ଷା ଏବଂ ପ୍ରକଳ୍ପ ମୂଲ୍ୟାଙ୍କନ କାର୍ଯ୍ୟ ସଂପୃକ୍ତ ବିଦ୍ୟାଳୟରେ କରାଯିବ।

◈ ପ୍ରାକ୍ଟିକାଲ୍ ପରୀକ୍ଷାରେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରୀକ୍ଷକ ରହିବେ।

◈ ମୂଲ୍ୟାଙ୍କନ ସରିବା ପରେ ବିଦ୍ୟାଳୟଗୁଡ଼ିକୁ ବୋର୍ଡ ଦ୍ୱାରା ପ୍ରଦତ୍ତ ଲିଙ୍କରେ ମାର୍କ ଅପଲୋଡ୍ କରିବାକୁ ପଡିବ।

Also Read| IRCTC: ଟ୍ରେନ୍ ଟିକେଟ୍ ବୁକିଂ ନୂଆ ନିୟମ; ଟ୍ରେନ୍ ଛାଡିବା ପାଞ୍ଚ ମିନିଟ୍ ପୂର୍ବରୁ ସିଟ୍ ମିଳିବ

[amazon_auto_links id=”9932″]

Share this: