ଭୁବନେଶ୍ଵର: Chandra Grahan 2022 Time ଆସନ୍ତା କାଲି ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ ନାମରେ ନାମିତ। ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ।
ଆସନ୍ତା କାଲି ଅପରାହ୍ନ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଏବଂ ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଅପରାହ୍ଣ। କିନ୍ତୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ ତାହା ଓଡ଼ିଶାକୁ ଦୃଶ୍ୟମାନ ହେବ ନାହିଁ। ଅପରାହ୍ଣ ୫ଟା ୫ରେ ଚନ୍ଦ୍ର ଉଦୟ ହେବାପରେ ଓଡ଼ିଶାରେ ପ୍ରାୟ ୬ରୁ ୭ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଜିଲ୍ଲାଗୁଡିକରେ ଏହା ଭିନ୍ନ ଭିନ୍ନ ସମୟରେ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୬ ମିନିଟ୍ ଦେଖିବାକୁ ମିଳିବ।
ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଲାଗିବା ସମୟ: Chandra Grahan 2022 Time
ଜୋତିଷ ମତ ଅନୁସାରେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏଁ ଦେଖାଯିବ। ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ସକାଳ ୫ଟା ୫୪ରୁ ପାକତ୍ୟାଗ, ଦେବନୀତି , ଅନ୍ନଭୋଜନ ନିଷେଧ ରହିବ।
ସେହିପରି ଗ୍ରହଣ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ। ଏଣୁ ସକାଳ ୫ଟା ୩୯ ମିନିଟ୍ ପୂର୍ବରୁ ଡଙ୍ଗାଭସା ଏବଂ ଅନ୍ନଭୋଜନ ଆଦି କାର୍ଯ୍ୟ ଶେଷ କରିବା ଉଚିତ ହେବ।
ମଙ୍ଗଳବାର ଦିନ ସଂଧ୍ୟା ୬ଟା ୧୯ ମିନିଟ୍ ସର୍ବମୋକ୍ଷ ପରେ ସ୍ନାନ, ଦେବନୀତି, ପାକକର୍ମ ଆଦି କରାଯାଇପାରିବ ବୋଲି ଜୋତିଷ ମତ ରହିଛି। ସେହିପରି ତୁଳା, ବିଛା, ଧନୁ, କୁମ୍ଭ, ମିଥୁନ, କର୍କଟ, ସିଂହ, ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚନ୍ଦ୍ର ଦର୍ଶନ ଶୁଭଙ୍କର ବୋଲି କୁହାଯାଉଛି।
ଏଥିସହିତ ଚନ୍ଦ୍ରଗ୍ରହଣ ମହାଜଗତିକ ଦୃଶ୍ୟକୁ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯାଇଛି।
ଏହିପରି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ


