ଭୁବବେଶ୍ଵର: Today Weather Odisha ଓଡ଼ିଶାରେ ବର୍ତ୍ତମାନ ଧୀରେ ଧୀରେ ଶୀତ ବଢୁଛି। କିନ୍ତୁ କାର୍ତ୍ତିକ ମାସରେ ଯେପରି ଶୀତ ହେବା କଥା ତାହା ଏବର୍ଷ ହେଲା ନାହିଁ। ବର୍ତ୍ତମାନ ରାଜ୍ୟର ପ୍ରାୟ ଅଞ୍ଚଳରେ କୁହୁଡ଼ି ସହିତ ଟିକେ ଟିକେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି।
ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛି। ଅବଶ୍ୟ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି।
ADVT
ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ (Today Weather Odisha ) ଟୁଇଟ୍ କରି ସୂଚନା ଦେଇଛି। ଆସନ୍ତା ନଭେମ୍ୱର ୧୨ ପରେ ରାଜ୍ୟରେ ଶୀତ ବଢ଼ିବ। ଆଗାମି ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ଧୀରେ ଧୀରେ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ADVT
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବ। ସେହିପରି ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଜିଲ୍ଲାଗୁଡିକରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୧୫, ସୁନ୍ଦରଗଡ଼ ୧୭.୫, ଭବାନୀପାଟଣା ୧୭.୨, ନୂଆପଡ଼ା ୧୮, ଖୋର୍ଦ୍ଧା ୧୮, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୮.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
Read Also





