Home » Economic Survey:ରାଜ୍ୟରେ ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା

Economic Survey:ରାଜ୍ୟରେ ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା

Economic Survey
Share this:

ଭୁବନେଶ୍ଵର: ଗତବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ କମିଛି ୨ହଜାର ୪୧୦ ଟଙ୍କା। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୪.୯୨ପ୍ରତିଶତକୁ ହ୍ରାସ ପାଇବ ବୋଲି ଅର୍ଥନୈତିକ ସର୍ଭେ (Economic Survey) ରିପୋର୍ଟରେ ପ୍ରକାଶ ପାଇଛି।

ସୂଚନାଅନୁସାରେ ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ମୁଣ୍ଡପିଛା ଆୟ ୨ହଜାର ୪୧୦ଟଙ୍କା କମିଛି। ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। କରୋନା ମହାମାରୀର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡିଥିଲେ ମଧ୍ୟ ଜାତୀୟ ପରିସ୍ଥିତି ତୁଳନାରେ ରାଜ୍ୟ ପରିସ୍ଥିତି ଭଲ ରହିଛି। ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୫.୪୧ପ୍ରତିଶତ ହ୍ରାସ ପାଇଥିବାବେଳେ ରାଜ୍ୟରେ ଏହା ୨। ୩ ପ୍ରତିଶତରେ ସୀମିତ ରହିଛି। ତେବେ ଆଗାମୀ ଆର୍ଥିକ ବର୍ଷ ପରିସ୍ଥିତିରେ ସୁଧାର ଆସିବ ବୋଲି ରିପୋର୍ଟରେ ଆନୁମାନ କରାଯାଇଛି।

[amazon_auto_links id=”9932″]

Share this: