Home » Kapil Dev: ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

Kapil Dev: ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

kapildev
Share this:

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିବା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ (Kapil Dev) ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୃଦଘାତ ହେତୁ ତାଙ୍କୁ ଆଜି ଚହଲାର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଫୋର୍ଟିସ୍ ହସ୍ପିଟାଲ୍ ଅପଡେଟ୍ ବୁଲେଟିନ୍ ରେ  କହିଛି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ ଦେବ ହୃଦଘାତ ପରେ ଅକ୍ଟୋବର ୨୩ ତାରିଖ ଦିନ ଚହଲା ରୋଡରେ ଥିବା ଫୋର୍ଟିସ୍ ଏସକର୍ଟ ହାର୍ଟସ ଇନଷ୍ଟିଚ୍ୟୁଟର ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ପରେ ମଧ୍ୟରାତ୍ରିରେ କପିଲ ଦେବଙ୍କ ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ହୃଦୟରେ ସାଧାରଣ ରକ୍ତ ସଞ୍ଚାଳନକୁ ଅନୁମତି ଦେବା ପାଇଁ ଆଞ୍ଜିଓପ୍ଲାଷ୍ଟି ହେଉଛି ଅବରୋଧିତ ଧମନୀ ଖୋଲିବାର ପ୍ରକ୍ରିୟା।  

ଡାକ୍ତରଖାନା କତୃପକ୍ଷ କହିଛନ୍ତି, କପିଲ ଦେବଙ୍କୁ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି କରାଯାଇଛି।  ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଆଗାମୀ ଦିନରେ ଡିସଚାର୍ଜ ହୋଇପାରନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ୧୩୧  ଟେଷ୍ଟରେ ୫୨୪୮ ରନ୍ ସଂଗ୍ରହ କରିଛନ୍ତି। ସେ ୪୩୪ ୱିକେଟ୍ ନେଇଥିଲେ।

Also Read | Family Court: ଫ୍ୟାମିଲି କୋର୍ଟର ବିରଳ ନିଷ୍ପତ୍ତି, ପତ୍ନୀ ଦେବ ସ୍ୱାମୀଙ୍କୁ ମାସିକ ପ୍ରତିପୋଷଣ ଖର୍ଚ୍ଚ

Share this: