Home » ୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

taukte2
Share this:

ମୁମ୍ବାଇ: ଭାରତୀୟ ନୌସେନା (Indian Navy) ତଉକତେ (Taukte Cyclone) ବାତ୍ୟା ପରଠାରୁ ସମୁଦ୍ରରେ ନିଖୋଜ ନାବିକ (Sailars) ମାନଙ୍କୁ ଖୋଜିବା ଅଞ୍ଚଳକୁ ଆହୁରି ବିସ୍ତାର କରିଛି। ନିଖୋଜ ନାବିକମାନଙ୍କୁ ଖୋଜିବା, ଦୁର୍ଘଟଣା ସ୍ଥଳରୁ ପ୍ରାୟ ୧୨୦୦ କିଲୋମିଟର ସମୁଦ୍ର ଅଞ୍ଚଳ ପର୍ଯ୍ୟନ୍ତ ଚାଲିଛି। ଗତ ୭୨ ଘଣ୍ଟା ଧରି ଗଭୀର ସମୁଦ୍ରରେ ନାବିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ୧୨୦୦ ନୌସେନା କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ଅଛନ୍ତି। ନୌସେନା ଏପର୍ଯ୍ୟନ୍ତ ୧୮୬ ଜଣଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦ୍ରରେ ୪୯ ଜଣ ନାବିକଙ୍କ ମୃତଦେହ ମିଳିଥିବାବେଳେ ୨୬ ଜଣ ନାବିକ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ ଅନେକ ନାବିକ ତଉକତେ ସାଇକ୍ଲୋନରେ ଅନେକ କିଲୋମିଟର ଦୂରକୁ ଭାସି ଯାଇଛନ୍ତି। ସେମାନେ ପିନ୍ଧିଥିବା ଲାଇଫ୍ ଜ୍ୟାକେଟ୍ ନୌସେନା ପାଇଁ ସହାୟକ ହେଉଛି। ଜ୍ୟାକେଟରେ ଲାଗିଥିବା ଲାଇଟର ରଶ୍ମୀ ଦ୍ୱାରା ବିସ୍ତୃତ ସମୁଦ୍ରରେ ୧୮୮ ନାବିକଙ୍କୁ ଏପର୍ଯ୍ୟନ୍ତ, ଉଦ୍ଧାର କରାଯାଇଛି। ଏଥି ସହିତ ଗଭୀର ସମୁଦ୍ରରେ ଅନେକ କିଲୋମିଟର ଦୂରକୁ ଭାସିଯାଇଥିବା ମୃତ ଦେହର ସନ୍ଧାନ ମଧ୍ୟ ଆଲୋକ ସାହାଯ୍ୟରେ କରାଯାଉଛି। ପାଣି ସହିତ ସଂସ୍ପର୍ଶ ହେଲେ ବ୍ୟାଟେରୀ ଜଳିଯାଏ। ଏହା ସର୍ଚ୍ଚ ସ୍କୁଆଡକୁ ସାହାଯ୍ୟ କରି ପ୍ରାୟ ୭.୫ କିଲୋମିଟର ପର୍ଯ୍ୟନ୍ତ ଆଲୋକ ଦେଖାଯାଉଛି।

ସୂଚନାଯୋଗ୍ୟ ମେ ୧୭ର ବିଳମ୍ବିତ ସନ୍ଧ୍ୟାରେ ବମ୍ବେ ହାଇର ହେରା ତେଲ ଫିଲ୍ଡରେ ଥିବା P-305 ଡଙ୍ଗା ବୁଡ଼ିଗଲା। ଦୁର୍ଘଟଣା ପାଇବା ମାତ୍ରେ INS କୋଚି ଏବଂ INS କୋଲକାତା ରାତି ପ୍ରାୟ ୧୦ଟା ସମୟରେ ଝଡ ତୋଫାନ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା। ସେହି ସମୟରେ ସମୁଦ୍ରରେ  ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁ କରୁଥିଲା। ଉଚ୍ଚ ତରଙ୍ଗ ଯୋଗୁଁ ନୌସେନାକୁ କିଛି ଫୁଟ ଦୂରରେ ମଧ୍ୟ କିଛି ଦେଖିପାରିଲେ ନାହିଁ।

Also Read | ବର୍ତ୍ତମାନ ଘରେ କରିପାରିବେ କରୋନା ଟେଷ୍ଟ,ICMR ର RAT କିଟକୁ ଅନୁମୋଦନ

[amazon_auto_links id=”9939″]
Share this: