Home » ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କର ମୃତ୍ୟୁ, ଥିଲେ corona ସଂକ୍ରମିତ

ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କର ମୃତ୍ୟୁ, ଥିଲେ corona ସଂକ୍ରମିତ

sundarlal bahuguna-min
Share this:

ଦେହରାଡୁନ୍: ଚିପକୋ ଆନ୍ଦୋଳନ (Chipko movement or Chipko Andolan) ର ନେତା ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା (Sunderlal Bahuguna) ଆଉ ନାହାଁନ୍ତି। ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ (Environmentalist) ବହୁଗୁଣାଙ୍କର କରୋନା ଭୂତାଣୁ (Corona Virus) ଯୋଗୁଁ ମୃତ୍ୟୁ ହୋଇଛି। ୯୫ ବର୍ଷ ବୟସରେ ସୁନ୍ଦରଲାଲ ବହୁଗୁଣା ଋଷିକେଶ (Rishikesh) AIIMS ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନାଯୋଗ୍ୟ  ସେ କିଛି ଦିନ ପୂର୍ବରୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଅବସ୍ଥା ଖରାପ ହେବା ପରେ ତାଙ୍କୁ ଋଷିକେଶ AIIMS ରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ଏଠାରେ ଚିକିତ୍ସିତ ହେଉଥିଲେ ମଧ୍ୟ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି। ସୁନ୍ଦରଲାଲ ବହୁଗୁଣା ଜଣେ ପ୍ରସିଦ୍ଧ ପରିବେଶବିତ୍ ତଥା ଚିପକୋ ଆନ୍ଦୋଳନର ନେତା ଥିଲେ।

Also Read | Corona: ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୮୪୯ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *