Home » କରୋନା ଭୂତାଣୁ କାରଣରୁ ପାକିସ୍ତାନରେ ଫସି ରହିଥିବା ୭୪୮ ଭାରତୀୟ ଶୀଘ୍ର ଘରକୁ ଫେରିବେ

କରୋନା ଭୂତାଣୁ କାରଣରୁ ପାକିସ୍ତାନରେ ଫସି ରହିଥିବା ୭୪୮ ଭାରତୀୟ ଶୀଘ୍ର ଘରକୁ ଫେରିବେ

Internet
Share this:

କରୋନା ଭୂତାଣୁ କାରଣରୁ ବିଶ୍ୱବ୍ୟାପୀ ଲକ ଡାଉନ ଚାଲୁଥିବା ଯୋଗୁଁ ପାକିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଅଛି। ୨୫  ଜୁନ୍ ରୁ ୭୪୮ ଭାରତୀୟ ୱାଘା ସୀମା ଦେଇ ତିନିଟି ପର୍ଯ୍ୟାୟରେ ଘରକୁ ଫେରିବେ।

ସରକାରୀ ସୂତ୍ର ଅନୁସାରେ ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସମସ୍ତ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଆଦେଶ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପଠାଯିବାକୁ ଥିବା ସମସ୍ତ ଭାରତୀୟଙ୍କ ନାମ ତାଲିକା ସଂପୃକ୍ତ ବିଭାଗ ଏବଂ ପଞ୍ଜାବ ରେଞ୍ଜର୍ସଙ୍କ ନିକଟରେ ଉପଲବ୍ଧ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦-୨୫୦ ଓ ତୃତୀୟ ପର୍ଯ୍ୟାୟରେ ୨୪୮ ଭାରତୀୟଙ୍କୁ ପଠାଯିବ । ଏହି ପ୍ରକ୍ରିୟା ୨୫ , ୨୬  ଏବଂ ୨୭  ଜୁନ୍ ରେ ଚାଲିବ।

ପାକିସ୍ତାନ ସରକାର ୱାଘା ସୀମାରେ ଉପସ୍ଥିତ ରହିବାକୁ ଇମିଗ୍ରେସନ ଅଧିକାରୀଙ୍କୁ କହିଛନ୍ତି। ପ୍ରତ୍ୟାବର୍ତ୍ତନ କରୁଥିବା ଭାରତୀୟମାନଙ୍କୁ ନିଜ ରାଜ୍ୟରେ ୧୪  ଦିନ ପାଇଁ ସଙ୍ଗାରୋଧ ରେ ରହିବାକୁ ଆଦେଶ ଆରାଯାଇଛି। ଭାରତରେ ଫସି ରହିଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନ ମଧ୍ୟ ଦାବି କରିଛି।

Share this: