Home » Pari Murder Case: କଂଗ୍ରେସ-ବିଜେଡି ଏକାଠି: ସମୀର ମହାନ୍ତି

Pari Murder Case: କଂଗ୍ରେସ-ବିଜେଡି ଏକାଠି: ସମୀର ମହାନ୍ତି

bjp_odisha
Share this:

ଭୂବନେଶ୍ଵର: ପରୀ (Pari) କୁ ନ୍ୟାୟ ଦେବା ପରିବର୍ତ୍ତେ ଶାସକ ବିଜେଡି (BJD) ଓ କଂଗ୍ରେସ (Congress) ଏକାଠି ହୋଇ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି (BJP) ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପରୀର ବିବାଦ ଅପହରଣରୁ ଆରମ୍ଭ ହୋଇଛି। ତାର ଆଖି, କିଡ୍‌ନି ଚୋରି ଭଳି ସଙ୍ଗୀନ ଅଭିଯୋଗ ଆସିଛି। ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା-ମା ବାରମ୍ବାର କହିବା ସତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପିର ସଂଗ୍ରାମ ଜାରିରହିବ ବୋଲି ସେ କହିଛନ୍ତି।

ରାଜ୍ୟରେ ବଢ଼ୁଥିବା ଶିଶୁ ନିଖୋଜ ଓ ଅଙ୍ଗ ତସ୍କରୀ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଏବଂ ପରୀ ଭଳି ୫୩୨୩ ଶିଶୁ ଓ ତାଙ୍କ ପରିବାରର ନ୍ୟାୟ ପାଇଁ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀଙ୍କ ବହିଷ୍କାର ଆମର ଦାବି ବୋଲି ସେ କହିଛନ୍ତି।

ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

[amazon_auto_links id=”10233″]

Also Read | Dhenkanal: ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ପାଇଲଟ୍‍ ପ୍ରୋଜେକ୍ଟ ଆରମ୍ଭ

Share this: