Home » Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ

Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ

election_odisha
Share this:

ଭୁବନେଶ୍ଵର: ଭାରତୀୟ ନିର୍ବାଚନ କମିଶନ ( Election Commission) ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣଅନୁଷ୍ଠିତ ହେବ। ଅକ୍ଟୋବର ୯ତାରିଖରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଅକ୍ଟୋବର ୧୬ତାରିଖରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ ହେବାକୁ ଥିବାବେଳେ ଅକ୍ଟୋବର ୧୭ରେ ଏହାର ଯାଞ୍ଚ ପ୍ରକ୍ରିୟା କରାଯିବ। ସେହିପରି ଅକ୍ଟୋବର ୧୯ତାରିଖରେ ପ୍ରାର୍ଥି ତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି।

ନଭେମ୍ବର ୩ତାରିଖରେ ଭୋଟଗ୍ରହଣ ପରେ ନଭେମ୍ବର ୧୦ତାରିଖରେ ଭୋଟଗଣତି ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଉଭୟ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Also Read:Bihar Election : ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ, ଶେଷ ଘଣ୍ଟାରେ କୋଭିଡ଼ ସଂକ୍ରମିତ ମତଦାନ କରିବେ

Share this: