Home » Odisha Winter News: ଆସନ୍ତା ୪ରୁ ୫ଦିନ ହେବ ପ୍ରବଳ ଶୀତ

Odisha Winter News: ଆସନ୍ତା ୪ରୁ ୫ଦିନ ହେବ ପ୍ରବଳ ଶୀତ

Odisha Winter News
Share this:

ଭୁବବେଶ୍ଵର: Odisha Winter News ଓଡ଼ିଶାରେ ବର୍ତ୍ତମାନ ଦିନକୁ ଦିନ ପ୍ରବଳ ଶୀତ ବଢିବାରେ ଲାଗିଛି। ତା’ସହ କିଛି ଜିଲ୍ଲାରେ ଘନ କୁହୁଡି ଦେଖା ଦେଉଛି।  

ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‍ କିମ୍ବା ତା’ଠାରୁ ନିମ୍ନରେ ରହିଛି। ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଫୁଲବାଣୀ ସହରର ତାପମାତ୍ରା ସବୁଠାରୁ କମ୍‍ ୯.୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି।।

ADVT

winter_amazon199

ସେହିପରି ଆଜି ଦାରିଙ୍ଗିବାଡି, କେନ୍ଦୁଝରଗଡ଼, ଝାରସୁଗୁଡ଼ା ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‍ରୁ ସାମାନ୍ୟ ଉପରେ ଥିଲା। ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ଫଳରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର (Bhubaneswar) ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା (Odisha Winter News) ରହିଛି।

ADVT

AMAZON_FASHIONS

ଏଥିସହିତ ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତର ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।

Read Also


Share this:

Leave a Reply

Your email address will not be published. Required fields are marked *