ଭୁବନେଶ୍ୱର: Odisha Joint Entrance Examination (OJEE)-2022 results ଆଜି ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ www.ojee.nic.in ସାଇଟରେ ଦେଖିପାରିବେ।
ସୂଚନାଯୋଗ୍ୟ ଏ ବର୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ୩ଟି ସିଟିଂରେ ପରୀକ୍ଷା ହୋଇଥିଲା। ରାଜ୍ୟର ୬୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ର। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେହିପରି ବି. ଫାର୍ମା (B.Pharm) ପାଇଁ ୧୨,୨୨୯ ଜଣ ଓ ଏମବିଏ (MBA) ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ।
[amazon_auto_links id=”10233″]
