angul covid19

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୫୮୧ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭ ହଜାର ୩୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୬୦ ଜଣ,ଗଜପତି ରୁ ୪୩ ଜଣ ,ରାୟଗଡା ରୁ ୧୨, ବରଗଡ଼ ରୁ ୨୫ ଜଣ, ଖୋର୍ଦ୍ଧା ରୁ…

Read More

ଫ୍ରାନସ ଶୁଝୁଛି ଭାରତ ଋଣ, ୧୨୦ ଭେଣ୍ଟିଲେଟର, ୫୦ ହଜାର ଟେଷ୍ଟ କିଟ୍ ସହିତ ବିଶେଷଜ୍ଞ ଦଳ କାଲି ଆସିବେ ଭାରତ

କୋଭିଡ -୧୯ ମହାମାରୀର ମୁକାବିଲା ପାଇଁ ଫ୍ରାନ୍ସ ସୋମବାର ଦିନ ଭାରତକୁ ୧୨୦ ଭେଣ୍ଟିଲେଟର ଏବଂ ୫୦ ହଜାର ଟେଷ୍ଟ କିଟ୍ ଯୋଗାଇବ ବୋଲି ଘୋଷଣା କରିଛି। ଫ୍ରାନସ ସରକାର ଏକ ବିବୃତ୍ତିରେ କହିଛନ୍ତି  ଯେ, ଦୀର୍ଘ ଦିନ ଧରି ରଣନୀତିକ ଭାଗିଦାରୀ ହୋଇଥିବାରୁ ଫ୍ରାନ୍ସ ଏବଂ ଭାରତ କୋଭିଡ -୧୯ ମହାମାରୀର ଆନ୍ତର୍ଜାତୀୟ ପ୍ରତିକ୍ରିୟାରେ ମିଳିତ ଭାବେ କାର୍ଯ୍ୟ କରିବା ସହିତ ଦୁଇ ଦେଶର ଆବଶ୍ୟକତା ଅନୁଯାୟୀ ପାରସ୍ପରିକ ସହାୟତା ପ୍ରଦାନ କରୁଛନ୍ତି। ଜୁଲାଇ ୨୪…

Read More

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ  ଆଲବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି  ଅପରାହ୍ନରେ ପରଲୋକ ହୋଇଛି। ସ୍ୱାମୀ ମନୀନ୍ଦ୍ର ଦତ୍ତଙ୍କ  ସୂଚନା ଅନୁସାରେ ଭୁବନେଶ୍ୱର ସ୍ପର୍ଶ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଅନେକ ଦିନ ହେବ କ୍ୟାନସରରେ ପୀଡ଼ିତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କ୍ୟାନ୍‌ସରର ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ଗତ ୪ ମାସ ହେବ ତାଙ୍କ…

Read More

ରାଫେଲ ଜୁଲାଇ ୨୯ରେ ଭାରତ ପହଞ୍ଚିବ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ୨୯ ଜୁଲାଇରେ ଅମ୍ବାଲା ଏୟାର ବେସ୍ ରେ ପହଞ୍ଚିବ। ବର୍ତ୍ତମାନ ୫ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସର ଏୟାରବେସରୁ ଭାରତକୁ ଉଡିଛି। ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭ ହଜାର  କିଲୋମିଟର ଦୂରତା ଅତିକ୍ରମ କରିବା ପରେ ବୁଧବାର ଅମ୍ବାଲା ଏୟାରବେସରେ ପହଞ୍ଚିବେ। ଫ୍ରାନ୍ସରୁ ଆସୁଥିବା ଏହି ବିମାନଗୁଡ଼ିକୁ ସଂଯୁକ୍ତ ଆରବ ଏମିରେଟ୍ସର ଏକ ଏୟାରବେସରେ ଅବତରଣ କରିବ ଏବଂ ଫ୍ରାନ୍ସର ଟ୍ୟାଙ୍କର୍ ବିମାନ ଦ୍ୱାରା ଇନ୍ଧନ…

Read More

ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ।  ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୋର୍ଡ  ୱେବସାଇଟ  ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ।   ଏଥିସହିତ ଶ୍ରୀ ଦାଶ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଯୁକ୍ତ ଦୁଇ…

Read More

ବିଏସପି ବିଧାୟକଙ୍କୁ ହ୍ଵିପଜାରି, ବଢିଲା କଂଗ୍ରେସ ସମସ୍ୟା

ଲକ୍ଷ୍ନୌ : ରାଜସ୍ଥାନ କଂଗ୍ରେସ ର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ରାଜସ୍ଥାନ ବିଧାନସଭାରେ କ୍ଷମତା ପ୍ରଦର୍ଶନ କରିବା ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ଏହାର ବିଧାୟକଙ୍କୁ ହ୍ଵିପ ଜାରିକରି କଂଗ୍ରେସର ସମସ୍ୟା କୁ ବଢେଇଦେଇଛି। ବିଏସପି ଜାତୀୟ ସାଧାରଣ ସମ୍ପାଦକ ସତୀଶ ମିଶ୍ର ଦଳର ସମସ୍ତ ବିଧାୟକଙ୍କୁ ଏକ ବ୍ୟକ୍ତିଗତ ତଥା ସାମୂହିକ ହ୍ଵିପ ଜାରିକରି କଂଗ୍ରେସ ବିରୋଧରେ ଭୋଟ୍ ଦେବାକୁ କହିଛନ୍ତି, ଯାହାର ଏକ ନକଲ ମଧ୍ୟ ରାଜ୍ୟପାଳଙ୍କୁ ଦିଆଯାଇଛି। ଆଇନ…

Read More

ଦିନକୁ ଦିନ ନୂଆ ରେକର୍ଡ ସହ ବଢୁଛି କରୋନା ପଜିଟିଭ ସଂଖ୍ୟା , ଆଜି ୧୫୦୩ ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୫୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୪୯୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିଜୟ ଲକ୍ଷ୍ୟ ୩୯୯ ରନ୍, ବ୍ରଡ କୁ ୮ ୱିକେଟ

ମଞ୍ଚେଷ୍ଟର :ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ ୧୯୭ ରନ  ରେ ପଛରେ ଥିଲା। ପ୍ରଥମ ଇନିଂସରେ ୩୬୯ରନ୍ ସଂଗ୍ରହ କରିଥିବା ଇଂଲଣ୍ଡ ୧୭୨  ରନ୍ ରେ  ଅଗ୍ରଣୀ ହାସଲ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ଦ୍ରୁତ ରନ୍ ସ୍କୋର କରି ୨୨୬ ରେ ଇନିଂସ୍ ଘୋଷଣା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିରାଟ…

Read More

ରାଜ୍ୟ ରେ ସୁସ୍ଥ ହେଲେ ସର୍ବାଧିକ ୮୬୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୮୬୪ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬ ହଜାର ୭୯୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୪୩୨ ଜଣ,ରାୟଗଡା ରୁ ୧୩୭, ବରଗଡ଼ ରୁ ୩୧ଜଣ, ଖୋର୍ଦ୍ଧା ରୁ ୨୮ଜଣ, କଟକ ରୁ…

Read More

ଭାରତରେ ଆଜି ରେକର୍ଡ ଆରୋଗ୍ୟ ହାର; ପାଖାପାଖି ୬୪ ପ୍ରତିଶତ

ନୂଆଦିଲ୍ଲୀ :ଗତକାଲି ଗୋଟିଏ ଦିନରେ ଆରୋଗ୍ୟ ହାରରେ ସର୍ବୋଚ୍ଚ ରେକର୍ଡ ପରିଲକ୍ଷିତ ହୋଇଛି। ଗତ୨୪ଘଣ୍ଟା ମଧ୍ୟରେ ୩୬ ହଜାର ୧୪୫  ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଏକ ରେକର୍ଡ।  ଏଥିସହିତ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୮୫ ହଜାର ୫୭୬ ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ହାର ସର୍ବାଧିକ ଶତକଡା ୬୩.୯୨ ରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ, ଆରୋଗ୍ୟ ହାର କ୍ରମାଗତ ଭାବେ ସକ୍ରିୟ ରୋଗୀଙ୍କ ତୁଳନାରେ…

Read More
aso

ପରୀକ୍ଷା ବାତିଲ କରିବା ରାଜ୍ୟ ସରକାର ଙ୍କ ଅଧିକାର ନୁହେଁ : ୟୁଜିସି

ପୁନେ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି  ଯେ କୋଭିଡ଼ -୧୯ ମହାମାରୀ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଶେଷ ବର୍ଷ ଡିଗ୍ରୀ ପରୀକ୍ଷା ବାତିଲ କରିବାର କ୍ଷମତା ନାହିଁ। ମହାରାଷ୍ଟ୍ର ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁନେର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ବିଶ୍ୱବିଦ୍ୟାଳୟ ସିନେଟ ସଦସ୍ୟ ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଉତ୍ତରରେ ଏହି ଆଫିଡେଭିଟ୍ ଦାଖଲ କରାଯାଇଥିଲା। ମହାମାରୀ…

Read More