Home » କେନାଲ ପାଣିରେ ବୁଡ଼ି 2 ଜଣଙ୍କ ମୃତ୍ୟୁ

କେନାଲ ପାଣିରେ ବୁଡ଼ି 2 ଜଣଙ୍କ ମୃତ୍ୟୁ

Share this:

ଅନୁଗୋଳ:କେନାଲ ପାଣିରେ ବୁଡି ଦୁଇଜଣ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ହେମସୁରପଡା ଅଞ୍ଚଳରେ ଜଣେ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣଙ୍କର ମଧ୍ୟ ଜୀବନ ଯାଇଛି।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠି ଓ ବାବୁ ମହାନ୍ତି ଏକାଠି ନିକଟସ୍ଥ କେନାଳକୁ ଗାଧେଇବାକୁ  ଯାଇଥିଲେ। ତେବେ ସେଠାରେ ଗାଧେଇବା ବେଳେ ଅସାବଧାନତା ବଶତଃ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ପରେ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମହାନ୍ତି ଗଭୀର ପାଣିକୁ ଚାଲି ଯାଇଥିଲେ। କିନ୍ତୁ  ଉଭୟେ  ପାଣିରୁ ବାହାରି ପାରି ନଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

From The Web





Share this: