କୋଭାକ୍ସିନ୍ କୋଭିଡ୍-୧୯ ଟୀକା ହାଇଦ୍ରାବାଦର ନିମସ୍ ରେ ମାନବ ପରୀକ୍ଷଣ ଆରମ୍ଭ

ହାଇଦ୍ରାବାଦ: ସୋମବାର ଏଠାରେ ନିଜାମଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ନିମସ୍ (NIMS) ରେ ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ -୧୯ ଟିକା କୋଭାକ୍ସିନ୍ ମାନବ ପରୀକ୍ଷା ଚାଲିଛି। କୋଭାକ୍ସିନ୍ ମାନବ ପରୀକ୍ଷା ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଏବଂ ଭାରତ ବାୟୋଟେକ୍ ମଧ୍ୟରେ କୋଭିଡ -୧୯ ପାଇଁ ଏକ ଟିକା ପ୍ରସ୍ତୁତ କରିବା ପାଇଁ ସହଯୋଗର ଫଳାଫଳ ଅଟେ। ସୋମବାର ଦିନ ନିମସ୍ (NIMS) ରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ଦୁଇଜଣ…

Read More
corona positive

ରାଜ୍ୟରେ ନୂଆ ୬୪୭ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢୁଛି

ରାଜ୍ୟରେ ଆଜି  ୬୪୭  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ରୁ  ୮୪  ଓ ଭଦ୍ରକ ଜିଲାରେ ୧୨…

Read More

କୋଭିଡ୍‌ ସତ୍ତ୍ୱେ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା ଆୟୋଜନ ,ପରୀକ୍ଷାର୍ଥୀଙ୍କ ଯିବାଆସିବା ବୁଝିବେ ରାଜ୍ୟ ସରକାର:ୟୁପିଏସ୍‌ସି

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ କରିବାକୁ ପଦକ୍ଷେପ ଗ୍ରହଣ କରିଛି। ଏହି ସାକ୍ଷାତକାର ପାଇଁ ୨୩୦୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬୮୧ ଜଣଙ୍କର ସାକ୍ଷାତକାର ସରିଥିବାବେଳେ ଅବଶିଷ୍ଟ ୬୨୩ ଜଣଙ୍କର ବ୍ୟକ୍ତିତ୍ୱ ପରୀକ୍ଷା ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁଁ ସଂପୂର୍ଣ୍ଣ…

Read More
covid odisha

କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

ନୂଆଦିଲ୍ଲୀ:କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ। ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ(E-ICU) ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ ଟି ରାଜ୍ୟର ୪୩ ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ…

Read More

ଆଇସିସି ଟି -୨୦ ବିଶ୍ୱକପ୍ ୨୦୨୦ ସ୍ଥଗିତ ; ହୋଇପାରେ ଆଇପିଏଲ୍

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ( ICC) ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖିଛି। କରୋନା ଭୂତାଣୁ ଯୋଗୁଁ ଏହି ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟ ବାତିଲ ହୋଇଛି। ଆଇସିସି ଟି -20 ବିଶ୍ୱକପ ସ୍ଥଗିତ ଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ (BCCI), ଆଇପିଏଲ୍ ୨୦୨୦ ଅକ୍ଟୋବର-ନଭେମ୍ବର ପାଇଁ ପ୍ରସ୍ତୁତି ହେଉଛି। ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Read More

ଇଂଲଣ୍ଡ ୧୧୩ ରନ ରେ ବିଜୟୀ, ସିରଜ ୧-୧ ରେ

ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍  ରେ ଇଂଲଣ୍ଡ ବିଜୟୀ ହୋଇଛି। ମଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍‌ର ୫ମ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଘୋଷଣା କରି ୧୨୯ ସ୍କୋର କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୩୧୨ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ ଇଂଲଣ୍ଡ ବୋଲିଂ ର ସାମନା କରି ନପାରି ୱେଷ୍ଟ ଇଣ୍ଡିଜ ୧୯୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ…

Read More

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗତ କଲି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ବିଜୟ ମହାନ୍ତି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ସିନେମା ପରଦାରେ କନ୍ଦାଇବା ପରେ ଆଜି କିନ୍ତୁ ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ।  ଦୀର୍ଘ ଦିନ ଧରି ପ୍ରଥମେ ହାଇଦ୍ରାବାଦ ପରେ ଭୁବନେଶ୍ଵର ରେ ‌ରୋଗଶଯ୍ୟାରେ ପଡ଼ିବା ପରେ ଗତ କଲି ରାତି ୯ଟାରେ…

Read More

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯;ମିଛ ବିଜ୍ଞାପନ ଦେଲେ ବେପାର ବନ୍ଦ

ନୂଆଦିଲ୍ଲୀ : ଖାଉଟି ସୁରକ୍ଷା ଆଇନ ୨୦୧୯  ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଜୁଲାଇ ୨୦ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ। ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି। ସେଥିମଧ୍ୟରେ ଖାଉଟି…

Read More

ଆରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ସେଠାକାର ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସ୍ଵାସ୍ଥ୍ୟବସ୍ଥାରେ ଟିକେ ଉନ୍ନତି ଆସିବା ପରେ ଏକ ସ୍ଵତନ୍ତ୍ର ଏମ୍ବୁଲେନ୍ସ ରେ ସେ ଭୁବନେଶ୍ଵରରେ ଫେରିଥିଲେ…

Read More

ଅନୁଗୋଳ ରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ

ଅନୁଗୋଳ : (ମହିମାଲାଇଭ) ଅନୁଗୋଳ ଜିଲ୍ଲାରୁ ସୋମବାର ଦିନ ପୁଣି  ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ସର୍ବାଧିକ ୫ ଜଣ , ଅନୁଗୁଳ ପୌରାଞ୍ଚଳରୁ ୩ ଜଣ , ଅନୁଗୁଳ ବ୍ଳକ୍, କଣିହାଁ ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୫ ଜଣ ପୁରୁଷ କରୋନା ପଜିଟିଭ ଭାବେ…

Read More