କ୍ରୟ ନିୟମକୁ ସହଜ କରିବା ଓ ବ୍ୟବସାୟ କରିବାରେ ସହଜତା ଆଣିବା ଗୁରୁତ୍ୱପୂର୍ଣ୍ଣ : ରେଳ ମନ୍ତ୍ରଣାଳୟ
ଭେଣ୍ଡର ନିୟମ ରେ ପରିବର୍ତ୍ତନ ଭାରତୀୟ ରେଳ, ଏହାର ସମସ୍ତ କାର୍ଯ୍ୟକଳାପରେ ସ୍ୱଚ୍ଛତା, ଦକ୍ଷତା ଏବଂ ବ୍ୟବସାୟ କରିବାରେ ସହଜତା ବୃଦ୍ଧି ପାଇଁ କ୍ରମାଗତ ପ୍ରୟାସର ଏକ କ୍ରମରେ, ନେଟୱାର୍କରେ କ୍ରୟ ବ୍ୟବସ୍ଥାକୁ ସହଜ କରିବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ନିଷ୍ପତ୍ତି ବିକ୍ରେତାଙ୍କୁ ଅନୁକୂଳ ପ୍ରଭାବ ପକାଇବ କାରଣ ଏହା ସମୟ ସଞ୍ଚୟ କରିବ ଏବଂ ଏକାଧିକ ବିକ୍ରେତା ଅନୁମୋଦନକାରୀ ଏଜେନ୍ସି ନିକଟକୁ ଯିବାର ଆବଶ୍ୟକତାକୁ ଦୂର କରିବ। ଭାରତୀୟ ରେଳବାଇର…
