Home » Pipili By-Election: ଏପ୍ରିଲ୍‍ ୧୭ରେ ହେବ ପିପିଲି ଉପନିର୍ବାଚନ, ମେ ୨ରେ ଫଳାଫଳ

Pipili By-Election: ଏପ୍ରିଲ୍‍ ୧୭ରେ ହେବ ପିପିଲି ଉପନିର୍ବାଚନ, ମେ ୨ରେ ଫଳାଫଳ

Odisha Assembly Byelection
Share this:

ଭୁବନେଶ୍ଵର: ଆସନ୍ତା ଏପ୍ରିଲ୍‍ ୧୭ ତାରିଖରେ ପିପିଲି (Pipili By-Election) ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୩ ତାରିଖରେ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ରଖାଯାଇଛି। ପ୍ରାର୍ଥୀମାନଙ୍କର ନାମାଙ୍କନ ଯାଞ୍ଚ ମାର୍ଚ୍ଚ ୩୧ ତାରିଖରେ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍‍ ୩ ରଖାଯାଇଛି। ମେ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ବିଧାୟକ ପ୍ରଦୀପ ମହାରଥି (Pradeep Maharathy) ଙ୍କ ନିଧନ ପରେ ପିପିଲି ବିଧାନସଭା ଆସନ ଖାଲି ଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *