ରାଜ୍ୟରେ ଆଉ ୫୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୧୯ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୮୧ ଓ ରାୟଗଡା ରେ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। କେଉଁଝର ଓ ଜଗତସିଂପୁର ଜିଲ୍ଲାରେ ୬ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୨୬ ଓ ମୟୂରଭଞ୍ଜ ଜିଲାରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳ ରେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି।,କେନ୍ଦ୍ରାପଡ଼ା ଓ ଝାରସୁଗୁଡା ରେ ୨ ଜଣ ସଂକ୍ରମିତ ଲେଖାଏଁ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୮ ଜଣ ଓ ଭଦ୍ରକ ଜିଲାରୁ ଜଣେ ସଂକ୍ରମିତ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ୫ ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟ ଜିଲ୍ଲାରୁ ୪ ଜଣ ଓ ବଲାଙ୍ଗିର ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲାରୁ ଜଣେ ସଂକ୍ରମିତ ହୋଇଛନ୍ତି। ଏଥିସହିତ , ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଅଛନ୍ତି।
ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ ଲକ୍ଷ ୮୧ ହଜାର ୫୨୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୬୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
