Home » Breaking News Odisha » Page 2
helpline

Help Lines: ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

ଭୁବନେଶ୍ଵର: ରାଜ୍ୟରେ ପୁଲିସ୍‍ (Police) ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨ରଖାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଅନୁମୋଦନ କରିଛନ୍ତି। ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍‍ ବିଭାଗରେ ୧୦୯୮କୁ ମଧ୍ୟ ଅନୁମୋଦନ କରିଛନ୍ତି। ପୁଲିସ୍‍, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀ ସେବାପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ…

Read More
CBSE

CBSE Exam 2021: ଦ୍ଵାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା, ବିଦ୍ୟାଳୟଗୁଡ଼ିକ ପାଇଁ ନୂତନ SOP ଜାରି

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା (Practical Exam) ପାଇଁ ତାରିଖ ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧ ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ସମ୍ଭାବ୍ୟ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ସ୍ପଷ୍ଟ ଭାବରେ କହିଛି ଯେ ଏଗୁଡ଼ିକ ସମ୍ଭାବ୍ୟ ତାରିଖ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରକୃତ ତାରିଖ ଶୀଘ୍ର ଘୋଷଣା କରାଯିବ। ବୋର୍ଡ ସଚିବ ଅନୁରାଗ ତ୍ରିପାଠୀ ଘୋଷଣା କରିଛନ୍ତି ଯେ ବୋର୍ଡ…

Read More
assembly

Odisha Assembly Winter Session: ଆସନ୍ତା କାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ

ଭୂବନେଶ୍ଵର: ଓଡ଼ିଶା ବିଧାନସଭାର (Odisha Assembly) ଷୋଡଶ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବ। ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ (Corona  Pandemic) କୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ଗୃହକୁ ଆସିବାକୁ ଥିବା ସମସ୍ତ ସଦସ୍ୟ ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟକରାଯାଇଛି। ବିଏମ୍‍ସି (BMC) ପକ୍ଷରୁ…

Read More
Driving License

LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

ଭୁବନେଶ୍ଵର: ରାଜ୍ୟର ସମସ୍ତ ଆର୍‍ଟିଓ (RTO) ରେ ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ (Learners License Test) ଆରମ୍ଭ ହେଉଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, କେବଳ ସେହିମାନେ ଏହି ଟେଷ୍ଟ ଦେବେ। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍‍ ରହିଥିଲା । ଗତ ୧୨ ତାରିଖରୁ ନୂତନ ସ୍ଲଟ୍‍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା…

Read More
vigilance

Vigilance: ବରିଷ୍ଠ କିରାଣୀ ଏବଂ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ଵର: ଆଜି ରାଜ୍ୟର ଏକ ସମୟରେ ୨ଟି ସ୍ଥାନରେ ଭିଜିଲାନ୍ସ (Vigilance) ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ପ୍ରଥମ ଘଟଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ (Bhubaneswar Sub-Collector Office) ର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଛି। ସେହିପରି ଦ୍ଵିତୀୟ ଘଟଣାରେ…

Read More
Odisha Assembly Byelection

Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ

ଭୁବନେଶ୍ଵର: ବହୁଚର୍ଚ୍ଚିତ ରାଜ୍ୟରେ ଅନୁଷ୍ଠିତ ବାଲେଶ୍ୱର ସଦର  (Balasore Sadar) ଓ ତିର୍ତ୍ତୋଲ (Tirtol) ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ (BJD) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂ କୁମାର ଦାସ ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ସ୍ୱରୂ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି…

Read More
Supreme court

Arnab Goswami: ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିର୍ଦ୍ଦେଶକୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ମୁମ୍ବାଇ: ଗତକାଲି ୨୦୧୮ ଆତ୍ମହତ୍ୟା ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଥିବା ବମ୍ବେ ହାଇକୋର୍ଟ (Bombay High Court) ଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରିପବ୍ଲିକ୍ ଟିଭି (Republic TV) ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ସୁପ୍ରିମକୋର୍ଟରେ  ଚ୍ୟାଲେଞ୍ଜ ଦେଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭି ଆଙ୍କର୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ୪ ନଭେମ୍ବରରେ…

Read More
evm

Odisha By-Election: ଆସନ୍ତା କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟଗଣତି, ପ୍ରସ୍ତୁତି ଶେଷ

ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar Sadar) ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। କଡାସୁରକ୍ଷା ମଧ୍ୟରେ ଏଥିପାଇଁ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍‍ (Postal Ballot) ଗଣତି କରାଯିବ ଓ ପରେ ଇଭିଏମ (EVM)ଭୋଟଗଣତି ହେବ। ଭୋଟଗଣତି ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଭୋଟଗଣତି କେନ୍ଦ୍ରଗୁଡିକରେ…

Read More
bse-school

Matric Form Fill-up: ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର, ଫର୍ମ ପୂରଣ ନେଇ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

କଟକ: ଆସନ୍ତା ମ୍ୟାଟ୍ରିକ୍‍ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦ (BSE) କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଆସନ୍ତା ୯ ତାରିଖରୁ ମାଟ୍ରିକ୍‍ ପରୀକ୍ଷା ପାଇଁ ଫର୍ମ ଫିଲ୍‍ଅପ୍‍ ଆରମ୍ଭ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। କରୋନା ମହାମାରୀ (Corona Pandemic) ପାଇଁ ଯେତେବେଳେ ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି…

Read More
Online_Admissions

SAMS Odisha: ଯୁକ୍ତ ଦୁଇରେ ଖାଲିଥିବା ସିଟରେ ନାମଲେଖା ପାଇଁ ନଭେମ୍ବର ୫ରୁ ଆବେଦନ ଆରମ୍ଭ

ଭୁବନେଶ୍ଵର: ଯୁକ୍ତ ଦୁଇ ପାଠ୍ୟକ୍ରମ (+2) ପାଇଁ ଖାଲିଥିବା ସିଟ୍‍ରେ  ନାମଲେଖାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (CHSE) ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପରେ ଖାଲିଥିବା ସିଟ୍‍ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ https://www.samsodisha.gov.in  କୁ ଯାଇ ଆବେଦନ କରିପାରିବେ। ନାମଲେଖାଇବା ପାଇଁ ୨୩ ତାରିଖ ଅପରାହ୍ଣରେ ଯୋଗ୍ୟ ମେଧାତାଲିକା ପ୍ରକାଶ ପାଇବ ଏବଂ ନାମଲେଖା…

Read More
RajuMishra

Raju Mishra: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ର (Raju Mishra) ଙ୍କର ୭୨ବର୍ଷ ବୟସରେ ଆଜି ହୃଦ୍‍ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।  ଜଟଣୀ ସ୍ଥିତ ନିଜ ବାସଭବନରେ ସେ ବସିଥିବାବେଳେ ହୃଦ୍‍ଘାତ ହୋଇଥିଲା । ଲୋକପ୍ରିୟ ଚଳଚ୍ଚିତ୍ର ଚକାଆଖି ସବୁଦେଖୁଛି, ପୁଅମୋର କଳାଠାକୁର, ସାଗର ଗଙ୍ଗା, ଉଲ୍‍କା ଏବଂ ମମତା ମାଗେ ମୁଲ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ସେ ଅନେକ…

Read More