Home » Breaking News » Page 45
DRDO ITR

Brahmos Supersonic Cruise Missile:ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ସଫଳ ବ୍ୟାବହାରିକ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର (Chandipur) ରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟି (ITR)ରୁ ଆଜି ସୁପରସୋନିକ୍‍ କ୍ରୁଜ୍‍ ମିଶାଇଲ୍‍ (Supersonic Cruise Missile) ବ୍ରହ୍ମୋସ୍‍ (Brahmos) କ୍ଷେପଣାସ୍ତ୍ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ସକାଳ ୧୦ଟା ୨୭ ମିନିଟରେ  ହୋଇଥିବା ଡି.ଆର୍‍.ଡି.ଓ.(DRDO) ପକ୍ଷରୁ ସୂଚନା ଦିଆଯାଇଛି। ଭାରତ (India) ଓ ରୁଷିୟା (Russia) ର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷର…

Read More
Sambit_patra

Puri Bagala:ବଗଲା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ରଙ୍କ ହାଇକୋର୍ଟରେ ମାମଲା ଦାଏର

ପୁରୀ: ପୁରୀର ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗରେ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର (Sambit Patra) ହାଇକୋର୍ଟ (High Court) ରେ ଏକ ମାମଲା ଦାଏର କରିଛନ୍ତି। ଏହି ଜମିର ମାଲିକାନା କାହା ନାମରେ ଅଛି, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଜିଲ୍ଲାପାଳ ପାଖରେ ଜମି ବିକ୍ରି କରିବାର ଅଧିକାର ନାହିଁ ବୋଲି ଡକ୍ଟର ପାତ୍ର ଦର୍ଶାଇଛନ୍ତି। ୬୧୬ ଡେସିମିଲ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେଣୁ ଶ୍ରୀଜଗନ୍ନାଥଙ୍କ ଖାତାକୁ…

Read More
ayodhya case

Ayodhya:୨୮ ବର୍ଷ ପରେ ଆଜି ଆସିବ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାର ରାୟ,ସାରା ଦେଶର ନଜର

ଅଯୋଧ୍ୟା: ଅଯୋଧ୍ୟା ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାରେ ୨୮ ବର୍ଷ ପରେ ଆଜି ଆସିବ ରାୟ। ଡିସେମ୍ବର ୬ , ୧୯୯୨ ରେ, ଅଯୋଧ୍ୟା ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ (CBI) ଏହାର ବହୁ ପ୍ରତୀକ୍ଷିତ ରାୟ ପ୍ରଦାନ କରିବେ। କୋର୍ଟର ନିଷ୍ପତ୍ତିକୁ ସାରା ଦେଶରେ ନଜର ରଖିଛନ୍ତି। ଏହି ମାମଲାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲ.କେଆଡଭାନୀ (Lalkrishna Advani), ମୁରଲୀ ମନୋହର ଯୋଶୀ (Murali…

Read More
mukesh-ambani

India Rich List:ମୁକେଶ ଅମ୍ବାନୀ କରୋନା କାଳରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରୁଛନ୍ତି

ମୁମ୍ବାଇ: ମୁକେଶ ଅମ୍ବାନୀ (Mukesh Ambani) ଗତ ୬ ମାସ ଧରି ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ତାହା ପୁଣି ସେହି ସମୟରେ ଯେତେବେଳେ କରୋନା କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ହୋଇଯାଛି। ଏହି ସୂଚନା ହୁରୁନ୍ ଇଣ୍ଡିଆ (Wealth Hurun India ) ଏବଂ ଆଇଆଇଏଫ୍ଏଲ୍ ଲିମିଟେଡ୍ (IIFL) ସେମାନଙ୍କ ରିପୋର୍ଟରେ ପ୍ରଦାନ କରିଛନ୍ତି। ଆଜି, ଆଇଆଇଏଫ୍ଏଲ୍, ଧନ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା -୨୦୨୦ (Wealth Hurun India Rich…

Read More
arrest

Boudh: ବୌଦ୍ଧ ଡେପୁଟି କଲେକ୍ଟରକୁ ଗିରଫ କଲେ ଝାରସୁଗୁଡା ପୋଲିସ

ଝାରସୁଗୁଡ଼ା: ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର (Deputy Collector)ଶରତ ବାଗ (Sarat Bag) ଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ। ଶ୍ରୀ ବାଗଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ  ସେ ଗିରଫ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛନ୍ତି। ଶରତ ବାଗ୍ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଝାରସୁଗୁଡ଼ା ପୁଲିସ। ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ସେ ଗତକାଲି…

Read More
pm modi denmark

Virtual Summit:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଓ ଡେନମାର୍କ (Denmark) ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନ (Mette Frederiksen) ଙ୍କ ମଧ୍ୟରେ ସେପ୍ଟେମ୍ବର ୨୮ରେ ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର (Virtual Summit) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ଏହି ସମ୍ମିଳନୀ ଆୟୋଜନ କରିଥିଲା। ଭାରତ ଓ ଡେନମାର୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହୋଇଛି। ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ଓ ସମାନ ଗଣତାନ୍ତ୍ରିକ ପରମ୍ପରା ରହିଛି।…

Read More
Naveen Patnaik

Mahanadi: ମହାନଦୀ ଉପରେ ଦୁଇଟି ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ,ଦେଢ ଲକ୍ଷ ଲୋକ ହେବେ ଉପକୃତ

ଭୁବନେଶ୍ଵର:  ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ-ପୋଷଳ (Tirtol-Posal) ଉଚ୍ଚ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା (Jaipur-Katikata) ସେତୁର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର…

Read More
kovind

Agriculture Bills: କୃଷି ବିଲ୍ କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅନୁମୋଦନ, ଆଇନରେ ପରିଣତ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ram Nath Kovind ) ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ବିଲକୁ ବିରୋଧ କରିଛନ୍ତି। ନିକଟରେ ସଂସଦରେ କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ…

Read More
Dpradhan

World Tourism Day: ପ୍ରଧାନ ପର୍ଯ୍ୟଟନ ସହରଗୁଡିକ ପାଇଁ ଶତ ପ୍ରତିଶତ ସ୍ୱଚ୍ଛ ଇନ୍ଧନକୁ ପରିବର୍ତ୍ତନ କରାଯିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ (World Tourism Day) ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ (Minister of Petroleum and Natural Gas & Steel) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ପର୍ଯ୍ୟଟନ (Tourism) ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ (Prahlad Singh Patel) ଙ୍କ ସହ “ପର୍ଯ୍ୟଟନ ଏବଂ ଗ୍ରାମୀଣ ବିକାଶ” ( Tourism and rural development) ଥିମ୍ ଉପରେ ଏକ ଭର୍ଚୁଆଲ୍…

Read More
JEE ADV

JEE Advanced 2020: ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସଡ଼ ପ୍ରବେଶିକା ପରୀକ୍ଷା

କଟକ: ଜେଇଇ ଆଡଭାନ୍ସଡ଼ ୨୦୨୦(JEE Advance 2020 ) ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ୧ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାପାଇଁ ନାମ ପଞ୍ଜିକରଣ କରିଛନ୍ତି। ପ୍ରଥମସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷହେବ ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତହେବ। କୋଭିଡ-୧୯ (Covid-19) କଟକଣାକୁ ପାଳନ କରାଯାଇ ପରୀକ୍ଷା କରିବାକୁ ଆଇଆଇଟି ଦିଲ୍ଲୀ (IIT Delhi) ପକ୍ଷରୁ…

Read More
bjp nadda team

BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(BJP) ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା (JP Nadda) କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା ( Baijayant Panda ), ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ…

Read More