Home » Puri Bagala:ବଗଲା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ରଙ୍କ ହାଇକୋର୍ଟରେ ମାମଲା ଦାଏର

Puri Bagala:ବଗଲା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ରଙ୍କ ହାଇକୋର୍ଟରେ ମାମଲା ଦାଏର

Sambit_patra
Share this:

ପୁରୀ: ପୁରୀର ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗରେ ବିଜେପି (BJP)
ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର (Sambit Patra) ହାଇକୋର୍ଟ (High Court) ରେ ଏକ ମାମଲା ଦାଏର କରିଛନ୍ତି। ଏହି ଜମିର ମାଲିକାନା କାହା ନାମରେ ଅଛି, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଜିଲ୍ଲାପାଳ ପାଖରେ ଜମି ବିକ୍ରି କରିବାର ଅଧିକାର ନାହିଁ ବୋଲି ଡକ୍ଟର ପାତ୍ର ଦର୍ଶାଇଛନ୍ତି। ୬୧୬ ଡେସିମିଲ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେଣୁ ଶ୍ରୀଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ସେ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଏହି ଜମି ସରକାରଙ୍କ ଅଧୀନରେ ଅଛି ଓ ତାକୁ ନବୀକରଣ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୋର୍ଟକୁ ଅବଗତ କରାଯାଇଛି। ତେବେ ସତ୍ୟପାଠ ଆକାରରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ

Also Read: Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ

RS Agarwal – Quantitative Aptitude + Logical Reasoning Product Bundle


BUY NOW

Share this: