Odisha School Examination: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍
ଭୁବନେଶ୍ଵର: କରୋନା (Covid-19) ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Samir Ranjan Das) ସୂଚନା ଦେଇଛନ୍ତି। ସେକହିଛନ୍ତି, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଆଉ ସ୍କୁଲ୍ ଖୋଲିବା ସମ୍ଭବ ନୁହେଁ। ତେଣୁ ବିନା ବାର୍ଷିକ ପରୀକ୍ଷା (Annual Examination) ରେ ଏହି ଛାତ୍ରଛାତ୍ରୀଙ୍କୁ ଉପର…
