Home » Odisha School Examination: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‍

Odisha School Examination: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‍

Odisha corona update Today _samir_das
Share this:

ଭୁବନେଶ୍ଵର: କରୋନା (Covid-19) ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାସ୍‍ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Samir Ranjan Das) ସୂଚନା ଦେଇଛନ୍ତି।

 ସେକହିଛନ୍ତି, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଆଉ ସ୍କୁଲ୍‍ ଖୋଲିବା ସମ୍ଭବ ନୁହେଁ। ତେଣୁ ବିନା ବାର୍ଷିକ ପରୀକ୍ଷା (Annual Examination) ରେ ଏହି ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ଏହାହିଁ ସ୍ଥିର ହୋଇଛି ବୋଲି ସୂଚନା ମିଳିଛି।

କିନ୍ତୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର କ୍ଲାସ୍‍ ଚାଲିଥିବାରୁ ସେମାନଙ୍କର ଅଫ୍‍ଲାଇନ୍‍ରେ ଚଳିତ ବର୍ଷ ପରୀକ୍ଷା ହେବ। ତେବେ ଏପ୍ରିଲ୍‍ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇ ନ ପାରେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ କିଛି କିଛି ସ୍ଥାନରେ ବଢ଼ୁଥିବାରୁ ଜୁନ୍‌ ମାସରୁ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ବିଚାରବିମର୍ଶ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା ପଦ୍ଧତି ଗ୍ରହଣ କରି ମାର୍ଚ୍ଚରେ ଦଶମ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ଼ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତେ ପାସ୍‌ ହେବେ ବୋଲି କହିବା ପରେ ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ସ୍ଵାଗତ କରିବା ସହିତ ଏହି ନିୟମ ଘରୋଇ ସ୍କୁଲ ପାଇଁ ଲାଗୁ ହେଉ ବୋଲି ଦାବି କରିଛି।

[amazon_auto_links id=”9932″]

Share this: