Home » corona » Page 4
odisha_covid19

୨୪ ଘଣ୍ଟା ରେ ୧୭ ହଜାରରୁ ଅଧିକ କରୋନା ପଜିଟିଭ

ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪.୯୦ ଲକ୍ଷକୁ ବୃଦ୍ଧି ପାଇଛି। ଗତ ୨୪  ଘଣ୍ଟା ମଧ୍ୟରେ ୧୭  ହଜାରରୁ ଅଧିକ କରୋନା ଭୂତାଣୁ ରିପୋର୍ଟ ହୋଇଥିବା ବେଳେ ୪୦୭  ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୨.୮୫ ଲକ୍ଷ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଲେଣି । ସୂଚନା ଥାଉକି,ଦେଶରେ ସମୁଦାୟ କରୋନା ଜୀବାଣୁ ସଂଖ୍ୟା ୪ ଲକ୍ଷ…

Read More

ଓଡ଼ିଶାରେ ପୁଣି ସୁସ୍ଥ ହେଲେ ୧୬୮ କରୋନା ଆକ୍ରାନ୍ତ

ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨୯୧ କୁ ବୃଦ୍ଧି ରାଜ୍ୟରେ ଗୁରୁବାର ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୨୯୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୩୯ ଜଣ  , ଖୋର୍ଦ୍ଧା ଜିଲ୍ଲା ରୁ ୨୩ ଜଣ,ଗଜପତି ଜିଲ୍ଲା ରୁ ୨୩…

Read More

କୋଭିଡ-୧୯ ବିଶ୍ଵରେ ଲକ୍ଷେ ଜନସଂଖ୍ୟା ତୁଳନାରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ

ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୧୫୪ ତମ ରିପୋର୍ଟ ୨୨ ଜୁନ ରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ମୃତ୍ୟୁ ହାର ସର୍ବନିମ୍ନ ଥିବା ଦର୍ଶାଯାଇଛି। ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁ ହାର ୧.୦୦ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ଛଅଗୁଣ ରୁ ଅଧିକ। ବ୍ରିଟେନରେ କୋଭିଡ-୧୯  ସମ୍ପର୍କିତ ମୃତ୍ୟୁ ହାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୬୩.୧୩ ରହିଥିବା ବେଳେ ସ୍ପେନ, ଇଟାଲୀ ଏବଂ ଆମେରିକାରେ ଏହା ଯଥାକ୍ରମେ…

Read More

ଓଡ଼ିଶାରେ ଗୋଷ୍ଠୀ ଅଂଶଗ୍ରହଣ ଓ ଡ଼ିଜିଟାଲ ପ୍ରୟାସ ଦ୍ୱାରା କୋଭିଡ଼-୧୯ ବିରୋଧରେ ପ୍ରତ୍ୟକ୍ଷ ଲଢ଼େଇ

ସହ-ଋଗଣତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସଚେତକ ଆପ୍‌ ସକ୍ରିୟ ମନିଟରିଂ ବ୍ୟବସ୍ଥା ଦ୍ୱାରା ସରପଞ୍ଚମାନଙ୍କୁ ସଶକ୍ତିକରଣ ଟେଲି ମେଡ଼ିସିନ୍‌ ସେବା ମୁତୟନ ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କୋଭିଡ଼-୧୯  ବିରୋଧରେ ଲଢ଼େଇ ହେଉଛି ଏକ ସାମୂହିକ ସଂଗ୍ରାମ ଯାହା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜାରି ରହିଛି। ଅନେକ ରାଜ୍ୟ ଏଥି ସକାଶେ କେତେକ ବିଶେଷ ରଣନୀତି ଆପଣାଇଛନ୍ତି ଯାହାକି କେନ୍ଦ୍ର ସରକାରଙ୍କ…

Read More

ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ୫୦ହଜାର ଭେଣ୍ଟିଲେଟର ପ୍ରସ୍ତୁତ

ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ହଜାରେ କୋଟି ଟଙ୍କା ମଞ୍ଜୁର ପ୍ରଧାନମନ୍ତ୍ରୀ କେୟାର୍ସ କାର୍ଯ୍ୟକ୍ରମ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ଦେଶରେ ପ୍ରସ୍ତୁତ ୫୦ ହଜାର ଭେଣ୍ଟିଲେଟର ଦେଶରେ କୋଭିଡ଼-୧୯  ବିରୋଧରେ ଲଢ଼ିବା ସକାଶେ ନିୟୋଜିତ କରାଯିବ। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ଥିବା ସରକାରୀ କୋଭିଡ଼ ହସପିଟାଲକୁ ଏହିସବୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଦୁଇ ହଜାର  କୋଟି ଟଙ୍କା ମଂଜୁର କରିଛନ୍ତି। ଏହି ୫୦ ହଜାର ଭେଣ୍ଟିଲେଟର ମଧ୍ୟରୁ…

Read More

ପତଞ୍ଜଳି କରୋନା ଉପରେ ଔଷଧ ତିଆରି କରିପାରିଛି ;ସ୍ୱାମୀ ରାମଦେବ ଙ୍କ ଦାବି

ବର୍ତ୍ତମାନ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଦାବି କରିଛି ଯେ ସେମାନେ ଏହି ମହାମାରୀକୁ ଦୂର କରିବା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛନ୍ତି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ବାବା ରାମଦେବ କହିଛନ୍ତି ଯେ ସାରା ବିଶ୍ଵ କରୋନା ଭୂତାଣୁ ରୁ ମୁକ୍ତି ପାଇଁ କିଛି ଔଷଧ ବାହାରିବାକୁ ଅପେକ୍ଷା କରିଥିବା ବେଳେ, ଆଜି ଆମେ ଗର୍ବିତ ଯେ ଆମେ କରୋନା ଭୁତାଣୁର  ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛୁ। ଏହି ଆୟୁର୍ବେଦିକ ଔଷଧର…

Read More

କରୋନା ଭୂତାଣୁ କାରଣରୁ ପାକିସ୍ତାନରେ ଫସି ରହିଥିବା ୭୪୮ ଭାରତୀୟ ଶୀଘ୍ର ଘରକୁ ଫେରିବେ

କରୋନା ଭୂତାଣୁ କାରଣରୁ ବିଶ୍ୱବ୍ୟାପୀ ଲକ ଡାଉନ ଚାଲୁଥିବା ଯୋଗୁଁ ପାକିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଅଛି। ୨୫  ଜୁନ୍ ରୁ ୭୪୮ ଭାରତୀୟ ୱାଘା ସୀମା ଦେଇ ତିନିଟି ପର୍ଯ୍ୟାୟରେ ଘରକୁ ଫେରିବେ। ସରକାରୀ ସୂତ୍ର ଅନୁସାରେ ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସମସ୍ତ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଆଦେଶ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପଠାଯିବାକୁ ଥିବା ସମସ୍ତ ଭାରତୀୟଙ୍କ ନାମ ତାଲିକା…

Read More

ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ ସହ ମୃତକ ଙ୍କ ସଂଖ୍ୟା ୧୬

ସୁସ୍ଥ : ୩୭୨୦ ନମୂନା ପରୀକ୍ଷା : ୨୨୭୮୬୦ ପଜିଟିଭ : ୫୩୦୩ ରାଜ୍ୟରେ ଆଉ ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ହୋଇଛି ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬  ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୧୭ ଟି ଜିଲାରୁ ଆକ୍ରାନ୍ତମାନେ…

Read More

ରାଜ୍ୟ ରେ ପୁଣି ୩୦୪ କୋରୋନା ପଜିଟିଭ

ସୁସ୍ଥ : ୩୫୩୪  ନମୂନା ପରୀକ୍ଷା : ୨୨୪୪୦୨  ପଜିଟିଭ : ୫୧୬୦ ରବିବାର ରାଜ୍ୟରେ ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ୫୧୬୦ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।…

Read More

ଅନୁଗୋଳରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ସହ ସଂଖ୍ୟା ୫୫ରେ ପହଞ୍ଚିଲା

ଅନୁଗୋଳ ଜିଲ୍ଲାରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୫ ଜଣ କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ  ସଂଖ୍ୟା ୫୫ ରେ ପହଂଚିଲା। ଏମାନକ ମଧ୍ୟରେ ବଅଁରପାଳ ବ୍ଳକର ଏକ ସଂଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷ ବୟସ୍କ ଯୁବକ ଚଳିତ ମାସ ୮ ତାରିଖରୁ ହରିୟାନାରୁ ଆସି ସଂଗରୋଧରେ ଥିଲେ। ସେହିପରି ଉକ୍ତ ବ୍ଲକ ଅଂଚଳର ଜଣେ ୨୫ ବର୍ଷୀୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡରୁ…

Read More

ଆଜି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭

ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସଂକ୍ରମିତ ଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

Read More