KYC: କେୱାଇସି ଅପଡେଟ୍ ଆସୁଥିବା ମେସେଜ୍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍ ଦେଲେ ସତର୍କ
ଭୁବନେଶ୍ଵର: ବର୍ତ୍ତମାନ ଦେଖିବାକୁ ମିଳୁଛି ଉପଭୋକ୍ତାମାନଙ୍କ ନିକଟକୁ ‘ନୋ ଇୟୋର କଷ୍ଟମର’ ବା କେୱାଇସି (KYC- Know Your Customer) ଅପଡେଟ୍ କରିବା ପାଇଁ ଆସୁଛି ମେସେଜ୍। ଏହି ମେସେଜ୍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍ ସତର୍କ କରିଛି। ଏହିଭଳି ସମସ୍ତ ମେସେଜ୍ ପ୍ରତି ଧ୍ୟାନ ନଦେବା ତଥା ଏଥିରେ ଥିବା ଅଜ୍ଞାତ ଟେଲିଫୋନ ନମ୍ବରଗୁଡ଼ିକୁ ଫୋନ୍ ନ କରିବାକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଆଜି ଏକ ଟୁଇଟ୍ ମାଧ୍ୟମରେ କୁହାଯାଇଛି। କୌଣସି ସେବାପ୍ରଦାନକାରୀ ସଂସ୍ଥା…
